କାଲି ପ୍ରତିଶ୍ରୁତି ପାଳନର ହିସାବ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ । ଅପରାହ୍ନ 4ଟା 15ରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ 2014 ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଲୋକଙ୍କ ଆଶା ଅନୁଯାୟୀ କେତେ ପୂରଣ ହୋଇଛି ତାର ତର୍ଜମା ହେବ । 2014ରେ ବିଜେଡି ସରକାର ଗଠନର ପ୍ରଥମ ଦିନରେ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନୀ ଇସ୍ତାହାରକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଥିଲେ । ସେହି ନିଷ୍ପତି ଅନୁଯାୟୀ ସରକାର କେତେ ଦୂର ପ୍ରତିଶ୍ରୁତି ପାଳନ କରିଛନ୍ତି ତାର ତର୍ଜମା କରାଯିବ । ଏଥିସହ ଆସନ୍ତା ନିର୍ବାଚନରେ କେଉଁ ପ୍ରସଙ୍ଗକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରାଯିବା ଉଚିତ ସେନେଇ ମନ୍ତ୍ରୀମାନଙ୍କ ମତାମତ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

nine − 1 =