ମୁକୁଲଙ୍କ ଘର ବାହୁଡ଼ା

କୋଲକାତା: ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା । ବିଜେପିକୁ ବାଏ ବାଏ କହି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି।
୨୦୧୭ ମସିହାରେ ସାରଦା ଚିଟଫଣ୍ଡ ମାମଲାରେ ଫଶିବା ପରେ ଟିଏମସିରୁ ବହିଷ୍କୃତ ହୋଇଥିଲେ ମୁକୁଲ । ଏହାପରେ ବିଜେପିରେ ଯୋଗ ଦେଇଥିଲେ ସେ । ପଶ୍ଚିମବଙ୍ଗ ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କ ଲାଗି ୨୦୧୯ ନିର୍ବାଚନରେ ୧୯ ଜଣ ସାଂସଦ ଜିତିଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେବା ପରେ ଅଲୋଡା ହୋଇଥିଲେ ମୁକୁଲ । ଶେଷରେ ସେ ପୁଣିଥରେ ଟିଏମସିକୁ ଫେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 7 =