ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି

ଇନ୍ଦୋର()   ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିଲେ ବିଜେପି ନେତା ।ବିଜେପି ବିଧାୟକ କୈଳାଶ ବିଜୟବର୍ଗିୟଙ୍କ ପୁଅ ତଥା ବିଧାୟକ ଆକାଶ ବିଜୟବର୍ଗୀୟ ମାରପିଟ କରୁଥିବା ଘଟଣା ସାମ୍ନାକୁ ଆସିଛି । ଆକାଶ ବିଜୟବର୍ଗୀୟ ନିଗମ ଅଧିକାରୀଙ୍କୁ ମାରପିଟ କରୁଥିବା ଭିଡିଓରେ ଦେଖିବାକୁ ମିଳଛି ।କୈଳାଶଙ୍କ ପୁଅ ଆକାଶ ନିଜେ ମଧ୍ୟ ଇନ୍ଦୋର ୩ ବିଧାନସଭା ସିଟରେ ବିଧାୟକ ଅଛନ୍ତି ।

ଏକ ଘର ଭାଙ୍ଗିବାକୁ ନଗର ନିଗମ ପହଂଚିଥିଲା । ଏହି ସମୟରେ ଆକାଶ ସେଠାରେ ପହଂଚିଥିଲେ । ଆଉ ଅଧିକାରୀଙ୍କୁ ଧମକ ଦେଇ କହିଥିଲେ ଯଦି ୫ମିନିଟ୍ ମଧ୍ୟରେ ଏଠାରୁ ନଯିବେ ତେବେ ଆଗକୁ ଯାହା ହେବ ସେଥିପାଇଁ ଦାୟୀ ଆପଣ ନିଜେ ହେବେ । ତେବେ ଏକଥାକୁ ଅଣଦେଖା କରି ଅଧିକାରୀ ଜଣକ ନିଜ କାମରେ ବ୍ୟସ୍ତ ରହିଲେ । ଯାହା ପରେ ସମସ୍ତଙ୍କ ସାମ୍ନାରେ ନଗର ନିଗମ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିବାକୁ ଲାଗିଲେ ଆକାଶ । ଏପରିକି ପୋକଲେନ ମେସିନକୁ ପଥର ମାରି ମାରି ଅଚଳ କରିଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

sixteen − seven =