ଯୁବପୀଢ଼ୀଙ୍କ ଲାଗି ଉଦାହରଣ ସମାଜସେବୀ ମହେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବେଶ ଜଣା ଶୁଣା ଯୁବ ଚେହେରା ମହେଶ ପାଢ଼ୀଙ୍କୁ ନେଇ ଅନେକ ଚର୍ଚ୍ଚା । ଲୋକଙ୍କ ପାଇଁ ଦିନ ରାତି ସେବା କାର୍ୟ୍ୟ ସଂଗଠନକୁ ମଜବୁତ କରିବା ସହିତ ଅସହାୟ ଲୋକଙ୍କ ଦରଦୀବନ୍ଧୁ ଭଳି ସବୁଥିରେ ଆଗଭର ରହିଥାନ୍ତି ମହେଶ । ଯଦି କାହାକୁ ବିପଦ ଆସେ ଲୋକଙ୍କ ପାଇଁ ସମାଜ ପାଇଁ ନିଜେ ସେ ସବୁକୁ ସାମ୍ନା କରି ଛାତି ଦେଖା ଛିଡା ହୁଅନ୍ତି ବିପଦରୁ ରକ୍ଷା କରିବା ପାଇଁ । ଯୋଉଥିପାଇଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ମହାମାରୀ କୋରନା ସମୟରେ ଗରୀବ ଅସହାୟମାନଙ୍କୁ ରାସନ ପହଞ୍ଚେଇ ଲକଡାଉନ ସମୟରେ ଅନେକ ପରିବାରର ଭୋକ ମେଣ୍ଟାଇଛନ୍ତି । ସମସ୍ୟାକୁ ନେଇ ସବୁଥିରେ ଆଗଭର ମେଡିକାଲଠୁ ନେଇ ଥାନା କଚେରୀ ପର୍ୟ୍ୟନ୍ତ ଲୋକଙ୍କ ସହିତ । ଯେତିକି ଚର୍ଚ୍ଚା ସମାଜ ସେବାକୁ ନେଇ ସେତିକି ଚର୍ଚ୍ଚା ତାଙ୍କ ରାଜନୀତି ସଂଗଠନକୁ ନେଇ । ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ଦାସ ଦାୟିତ୍ୱ ନେବା ପରେ ରାଜେଶଙ୍କ ଟିମରେ ସାମିଲ ହୋଇ ଯୁବ ସମ୍ପାଦକ ଭାବେ ଦାଇତ୍ୱରେ ଅଛନ୍ତି ମହେଶ । କେନ୍ଦ୍ରାପଡା ସାଂସଦ ଓ ବିଧାୟକଙ୍କ ସହ ମିଶି ଲୋକ କାର୍ୟ୍ୟରେ ସହଯୋଗ କରୁଛନ୍ତି ମହେଶ । ଯୁବ ପୀଢ଼ିଙ୍କୁ ସଂଗଠିତ କରି ଅନେକ କ୍ଷେତ୍ରରେ ପର୍ଦାର୍ଷିତା ଦେଖାଇଥିବା ମହେଶ ବେଳେ ବେଳେ ରାଜନୈତିକ ଷଡଯନ୍ତ୍ରରେ ଛନ୍ଦୀ ହୋଇ ପଡନ୍ତି ମହେଶ । କିନ୍ତୁ ଲୋକଙ୍କ ସମର୍ଥନ ଓ ଦଳ ବଳ ନିର୍ବିଶେଷରେ ସମସ୍ତଙ୍କ ଆର୍ଶୀର୍ବାଦ ନେଇ ସବୁ କ୍ଷେତ୍ରରେ ଏବେ କେନ୍ଦ୍ରାପଡ଼ା ପୌରପାଳିକା ୨୧ନମ୍ବର ୱାର୍ଡର ଚର୍ଚିତ ଯୁବ ଚେହେରାରେ ସାମିଲ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମହେଶ ।

Share

Leave a Reply

Your email address will not be published. Required fields are marked *

1 × 1 =