ସ୍ତ୍ରୀକୁ ମାରିଦେଲା ସ୍ୱାମୀ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଘଟିଛି ଅଭାବନୀୟ ଘଟଣା। ସୈତାନ ସ୍ୱାମୀ ନିଜ ସ୍ତ୍ରୀକୁ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରିଛି । ମୃତକ ସ୍ତ୍ରୀ ହେଲେ ଉର୍ମିଳା ମାଝୀ । ଘଟଣା ଘଟିଛି ବିଳମ୍ବିତ ରାତିରେ । ଧାମନଡଙ୍ଗାଗାଁର ଜୟରାମ ମାଝୀ ଓ ତାଙ୍କ ସ୍ତ୍ରୀ ଉର୍ମିଳାଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର‌୍ୟାତନା ସହିନପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲା । ଉର୍ମିଳାଙ୍କ ପରିବାର ଲୋକ ଏବଂ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ଝଗଡାର ସମଧାନ କରିଥିଲେ। ହେଲେ ଏହି ଝଗଡା ସମଧାନ ନହେବା ଯୋଗୁ ଥାନାରେ ଅଭିଯୋଗ କରିଥିଲେ ଉର୍ମିଳା।

ପଡୋଶୀଙ୍କ କହିବା ମୁତାବକ ପ୍ରତିଦିନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ । ଏମିତିକି ସେମାନଙ୍କ ମାମଲା ଥାନାକୁ ଯାଇଥିଲା । ତେବେ ଗତକାଲି ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକି ଶେଷରେ ଉଗ୍ର ରୂପ ଧାରଣ କରିଥିଲା । ଅଭିଯୁକ୍ତ ଜୟରାମ ରାତିରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

6 + 15 =