ଏସଡିପିଓ ଓ ଆଇଆଇସିଙ୍କୁ କରୋନା

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୦ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ସଂକ୍ରମିତ ହୋଇଛନ୍ତି ।

ଛତ୍ରପୁର ଏସଡିପିଓ ଏବଂ ଛତ୍ରପୁର ଥାନା ଅଧିକାରୀ ଉଭୟ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମିତ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସପି ।

୨୦ ସଂକ୍ରମିତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏପର୍ୟ୍ୟନ୍ତ ୫ ଜଣ ପ୍ରାଣ ହରାଇସାରିଲେଣି ।

Share

Leave a Reply

Your email address will not be published. Required fields are marked *

4 − two =