ଝାଡଖଣ୍ଡରେ ୫ ଯବାନ ସହିଦ

ଜାମସେଦପୁର ()  ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍ଲାରେ ୫ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ୨ ଜଣ ନକ୍ସଲ ସେମାନଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ କରିଥିଲେ।

ସୂଚନା ମୁତାବକ ମାଓବାଦୀମାନେ ବାଇକରେ ଆସି ପୋଲିସ ଗାଡ଼ିକୁ ଅତର୍କିତ ଭାବରେ ଗୁଳି ଚାଳନା କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୨ ଏଏସଆଇ ଏବଂ ୩ କନଷ୍ଟେବଳ ସହିଦ ହୋଇଛନ୍ତି । ପାଲଟା ଜବାବରେ କିଛି ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ, ଏବଂ ତାହା ମାଓବାଦୀଙ୍କ ଦେହରେ ବାଜିଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

sixteen + fourteen =