ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ୱଗ୍ରହଣ କଲେନି ସିଦ୍ଧୁ

ଅମୃତସର()  ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ୱଗ୍ରହଣ କଲେନି କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଗତକାଲି ସିଦ୍ଧୁଙ୍କୁ ନୂଆ ବିଭାଗ ଦାୟିତ୍ୱଦିଆଯାିଥିଲା । ହେଲେ ସିଦ୍ଧୁ ଦାୟୀତ୍ୱ ଗ୍ରହଣ ନକରି ଦିଲ୍ଲୀ ଯାଇ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟୁଥିବା ଜଣାପଡ଼ିଛି।

ଗୁରୁବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିଥିଲେ। ସିଦ୍ଧୁଙ୍କ ଠାରୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ୟ୍ୟଟନ ବିଭାଗ ପ୍ରତ୍ୟାହାର କରି ତାଙ୍କୁ ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗର ଦାୟିତ୍ୱ ଦିଆଯାଇଛି।

ପଞ୍ଜାବରେ ୫ ଲୋକସଭା ଆସନ କଂଗ୍ରେସ ହାରିବାର କାରଣ ସମ୍ପର୍କରେ ଆଲୋଚନା କଲା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଖୋଲାଖୋଲି ଭାବେ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ସିଦ୍ଧୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ୟ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ଏହି ବିଭାଗ ସହରାଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ ବୁଝିବା କଥା। ହେଲେ ସିଦ୍ଧୁ ଠିକ୍ ଭାବେ ନିଜର କାର୍ୟ୍ୟ ନ କରିବାରୁ ଏହା କଂଗ୍ରେସକୁ ମହଙ୍ଗା ପଡ଼ିଥିବା ଅମରିନ୍ଦର କହିଥିଲେ।

Share

Leave a Reply

Your email address will not be published. Required fields are marked *

7 + eight =