ବିଜେପିରେ ଗୋଷ୍ଠୀ କନ୍ଦଳ

ଭୁବନେଶ୍ବର()  କେନ୍ଦ୍ରରେ ମନ୍ତ୍ରୀ ଭାର ସଂଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ୨ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ସଂବର୍ଧନା ଦେଇଥିଲେ ଦଳୀୟ କର୍ମୀ ।

ହେଲେ ସ୍ୱାଗତ କରିବା ସମୟରେ ଦଳ ଭିତରେ ଦେଖିବାକୁ ମିଳିଥିଲା ସଂଘର୍ଷ । ବିଜେପି ନେତା ଉମେଶ ଖଣ୍ଡେଲୱାଲ ଓ ଠାକୁର ରଂଜିତ ଦାସଙ୍କୁ ଟଣାଭିଡା କରିଥିଲେ କିଛି ବିଜେପି କର୍ମୀ । ଉଭୟଙ୍କୁ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କୁହାଯାଉଛି, ଜଗନ୍ନାଥ ପ୍ରଧାନ ଓ ଉମେଣ ଖଣ୍ଡେଲୱାଲଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସିଛି । ଏପରିକି ମାସେ ତଳେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଉମେଣ ଖଣ୍ଡେୱାଲଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ନେଇ ଥାନାରେ ମାମଲା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

11 + nine =