ଆଜି ଆକାଉଣ୍ଟ୍ କୁ ଯିବ କାଳିଆ ଟଙ୍କା

ଭୁବନେଶ୍ୱର ()  ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି ।

ତେବେ ନିର୍ବାଚନ ବେଳେ ଦେଇଥିବା କଥା ରଖିବେ ନବୀନ। ‘କାଳିଆ’ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ। ନିର୍ବାଚନ ପ୍ରଚାର ବେଳେ ନବୀନ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେଡି ସରକାର ଆସିବାର ପ୍ରଥମ ଦିନ ହିଁ କାଳିଆ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ମିଳିବ। ଏବେ ପ୍ରତିଶ୍ରୁତି ପାଳନ କରିବାର ସମୟ। ‘କାଳିଆ’ ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଟଙ୍କା ଯିବା ପାଇଁ ସମବାୟ ଓ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଖୋଦ୍ ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତୀୟ ବୈଠକ କରି ପ୍ରସ୍ତୁତିର ତଦାରଖ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପ୍ରାୟ ୪୨ ଲକ୍ଷ ଚାଷୀଙ୍କ ଆକାଉଣ୍ଟ୍କୁ ‘କାଳିଆ’ ଯୋଜନାର ପ୍ରଥମ କିସ୍ତି ଅର୍ଥ ଦିଆସରିଛି। ଏବେ ପାଖାପାଖି ୨୫ ଲକ୍ଷ ନୂଆ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

18 − 17 =