ନବୀନଙ୍କ ପଞ୍ଚମ ଇଂନିସ ଆରମ୍ଭ

ଭୁବନେଶ୍ୱର () ଆରମ୍ଭ ହେଲା ନବୀନ ପଟନାୟକଙ୍କ ପଞ୍ଚମ ଇଂନିସ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପାନୀୟତର ଶପଥ ପାଠ କରାଇଥିଲେ । ନବୀନଙ୍କ ସହ 11 ଜଣ କ୍ୟାବିନେଟ ଓ 9 ଜଣ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ନବୀନଙ୍କ ପରେ ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ନବ କିଶୋର ଦାସ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ଅଶୋକ ଚନ୍ଦ୍ର ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସରକା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଓଡ଼ିଆରେ ଶପଥ ନେଇଥିବା ବେଳେ ରଣେନ୍ଦ୍ର ସ୍ୱାଇଁ ଇଂରାଜୀରେ ଶପଥ ନେଇଥିଲେ । ସେହିଭଳି ସୁଦାମ ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ନେଇଥିଲେ ।

ପ୍ରଦର୍ଶନୀ ପଡ଼ିଆରେ ଏକ ଭବ୍ୟ ସମାରୋହରେ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବର ଆୟୋଜନ ହୋଇଥିଲା । ଶପଥ ପରେ ଆଜି ଅପରାହ୍ନରେ ମନ୍ତ୍ରୀପରିଷଦ ଓ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାରୁ 6ଜଣ, ଦକ୍ଷିଣ ଓଡିଶାରୁ 3 ଜଣ, ପୂର୍ବରୁ 7 ଜଣ, ଉତ୍ତରରୁ 3 ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 15 =