ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ

ପୁରୀ() ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ କରାଯାଉଛି । ସିଡିଏମଓଙ୍କ ତତ୍ତ୍ୱାବଧାନରେ ଦଇତାପତିଙ୍କ କରୋନା ଟେଷ୍ଟ କରାଯାଉଛି । ପ୍ରଥମେ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ରଙ୍କ ସ୍ୱାବ ସଂଗ୍ରହ କରାଯାଇଛି । କ୍ରମାନ୍ୱୟନରେ ଅନ୍ୟ ଦଇତାପତିଙ୍କ ସ୍ୱାବ ସଂକ୍ରହ କରାଯିବ ବୋଲି ଜଣାଯାଇଛି ।

ସୂଚନା ଅନୁସାରେ, ମହାମାରୀ କରୋନା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରା କମ୍ ଦଇତାପତି ସେବାୟତରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଣୁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବାୟତ ରହିବେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସେବାରେ ୧୫୦ ଜଣ ଦଇତାପତି ସେବାୟତ ନିୟୋଜିତ ହେବେ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ଜଣ ସେବକ ରହିବେ, ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଦଇତାପତି ରହିବେ।

ତେବେ ଶ୍ରୀମନ୍ଦିର ପ୍ରଶାସନର ନର୍ଦେଶ ଅନୁସାରେ ଆଜି ଏବଂ କାଲି ଦୁଇ ଦିନ ଧରି ସ୍ନାନ ଯାତ୍ରାରେ ନିୟୋଜିତ ହେବାକୁ ଥିବା ୧୫୦ ଦଇତାପତି ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଆଜି ୭୫ ଦଇତାପତି ସେବାୟତଙ୍କ ସ୍ବାବ ଟେଷ୍ଟ ପାଇଁ ନିଆଯିବାକୁ ଥିବା ବେଳେ କାଲି ଆଉ ୭୫ ଜଣଙ୍କର ସ୍ବାବ ଟେଷ୍ଟ ପାଇଁ ନିଆଯିବ ।

Share

Leave a Reply

Your email address will not be published. Required fields are marked *

19 − nine =