ବଦଳିଲେ ମୁମ୍ବାଇ ପୋଲିସ କମିଶନର

ମୁମ୍ବାଇ: ମୁମ୍ବାଇ ପୋଲିସ କମିଶନର ଭାବେ ୧ ବର୍ଷ କାର୍ଯ୍ୟ କରିବା ପରେ ପରମବୀର ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହେମନ୍ତ ନଗରଲେଙ୍କୁ ପୋଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ମହାରାଷ୍ଟ୍ର ସରକାର । ୧୯୮୮ ବ୍ୟାଚର ଆଇପିଏସ୍ ପରମବୀର ସିଂଙ୍କୁ ୨୦୨୦ ଫେବୃଆରୀ ୨୯ ତାରିଖରେ ଆଇପିଏସ୍ ସଂଜୟ ବରବେଙ୍କ ସ୍ଥାନରେ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା । କୁହାଯାଉଛି କି ଆଣ୍ଟାଲିଆରୁ ମିଳିଥିବା ବିସ୍ଫୋଟକ ସାମଗ୍ରୀ ମାମଲାକୁ ନେଇ ପୋଲିସ ଅଧିକାରୀ ସଚୀନ ବାଜେଙ୍କ ସହ ସଂପର୍କ ଥିବା ଦର୍ଶାଇ ପରମବୀର ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଅନ୍ୟପଟେ ସଚୀନ ବାଜେଙ୍କୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ନେଇଛି ।

Share

Leave a Reply

Your email address will not be published. Required fields are marked *

6 + nine =