ମୁଣ୍ଡଳିରେ କମୁଛି ଜଳପ୍ରବାହ

ଆଉ ତିନି ଦିନ ରାଜ୍ୟରେ ରହିବ ବନ୍ୟାସ୍ଥିତି । ପିକ୍ ଫ୍ଲଡ ଅତିକ୍ରମ କରିବା ପରେ ମୁଣ୍ଡଳିରେ ଜଳପ୍ରବାହ କମୁଛି । ଗତକାଲି ହୀରାକୁଦରୁ ୪୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ବର୍ତ୍ତମାନ ହୀରାକୁଦରେ ଜଳସ୍ତର କମିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବଢୁଥିବା ବନ୍ୟା ଆଶଂକା ମଧ୍ୟରେ ଏହି ସୂଚନା ଆଶ୍ୱସ୍ତି ଆଣିଛି ।

ସୂଚନା ଅନୁସାରେ, ହୀରାକୁଦରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳିରେ ପହଞ୍ଚିଛି । ଛଡାଯାଇଥିଲା ପାଣି ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପହଞ୍ଚିବ । ହୀରାକୁଦ ଡ୍ୟାମରୁ ଛଡାଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ୍ ହେବ । ଏବେ ମୁଣ୍ଡଳୀ ପିକ୍ ଫ୍ଲଡ୍ ଅତିକ୍ରମ କରିବା ପରେ ପାଣି କମିଛି । ୪୦ଟି ଗେଟରୁ ପାଣି ଛାଡିବା ପରେ ହୀରାକୁଦର ଲେବଲ ୬୨୬.୪୭ ରହିଛି । ମୁଣ୍ଡୁଳିରେ କମୁଛି ପାଣି । ପାଣି ୧୦ଲକ୍ଷ କ୍ୟୁସେକ ରହିବା ଆକଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

1 + sixteen =