ଶଙ୍ଖ ଧରିଲେ ଯୋଗେଶ ସିଂ

ବିଜେଡ଼ିରେ ଯୋଗଦେେଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ରାହୁଲଙ୍କ ଗସ୍ତ ଦିନରେ ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଯୋଗଶେ ସିଂ । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର ହଜାର ହଜାର ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ବିଜେଡ଼ି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟକ । ଗୋଟିଏ ପଟେ ରାଉରକେଲାରେ ଆଜି ସମାବେଶ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଆଉ ସେତିକି ବେଳେ ଭୁବନେଶ୍ୱର ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ଯୋଗଦେଲେ ବିଧାୟକ ପଦ ଓ କଂଗ୍ରେସ ଦଳ ଛାଡିଥିବା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ।

Share

Leave a Reply

Your email address will not be published. Required fields are marked *

4 × three =