ଏହି ସବୁ ଜିନିଷ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ପ୍ରତିଦିନ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢ଼ିଥାଏ। ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ପରେ କ୍ଷୀର ପିଇଲେ ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଅନୁଚିତ

ଦହି : ଦହି ଖାଇବା ପରେ କ୍ଷୀର ପିଇବା ଅନୁଚିତ। ଏହାଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ରାଶି ଏବଂ ଲୁଣ : ରାଶି ଏବଂ ଲୁଣ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ। ଏହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ଖାଇବାର ପ୍ରାୟ ୨ ଘଣ୍ଟା ପରେ କ୍ଷୀର ପିଅନ୍ତୁ।

ଖଟା ଫଳ : ସାଇଟ୍ରିକ ଏସିଡ୍ୟୁକ୍ତ ଫଳ ବା ଯେ କୌଣସି ଖଟା ଫଳ ଖାଇବା ପରେ କ୍ଷୀର ପିଇବା ଶରୀର ପାଇଁ ହାନିକାରକ। ବିଶେଷକରି ଲେମ୍ବୁ, ବରକୋଳି, କରମଙ୍ଗା ପରି ଖଟାଜାତୀୟ ଖାଦ୍ୟ ଖାଇବାର ଦୀର୍ଘଘଣ୍ଟା ପରେ କ୍ଷୀର ପିଅନ୍ତୁ। ନଚେତ୍ ନାନା ସମସ୍ୟା ଦେଖାଦେବ।

ମାଛ : ମାଛ ଖାଇବା ପରେ ଭୁଲରେ କ୍ଷୀର ପିଅନ୍ତୁ ନାହିଁ। କାରଣପେଟରେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ଏହାସହିତ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ।

ବିରି ଡାଲି : ବିରି ଡାଲି ଖାଇବା ପରେ କ୍ଷୀର ପିଇଲେ ପେଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ବିରି ଡାଲି ଖାଇବାର ପ୍ରାୟ ୨ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍।

Share

Leave a Reply

Your email address will not be published. Required fields are marked *

sixteen + eight =