ବାପାଙ୍କ ସର୍ତ୍ତ ପାଇଁ ବାହା ହୋଇପାରିଲେନି ଏକତା

ମୁମ୍ୱାଇ()  ବର୍ଷ ବର୍ଷ ଧରି ଟେଲି ଜଗତର ରାଜ କରୁଛନ୍ତି ଏକତା କପୁର । ଅନେକ ହିଟ ସିରିଏଲ ଏକତାଙ୍କ ନାମରେ ରଚିତ । । ଶାଶୁ-ବୋହୂ, ବିବାହ ଆଦି ପରମ୍ପରାକୁ ଟିଭି ପରଦାରେ ଜୀବନ୍ତ ଭାବେ ପ୍ରସ୍ପୁଟିତ କରି ପାରୁଥିବା ଏକତାଙ୍କର କିନ୍ତୁ ବିବାହ ଉପରେ ଭରସା ନାହିଁ। ୪୪ ବର୍ଷରେ ପାଦ ଥାପି ସାରିଥିବା ଏକତା ଏବେ ବି ସିଙ୍ଗଲ।

ନିଜେ ବିବାହ ନ କରିବା ପଛରେ ବାପା ଜିତେନ୍ଦ୍ରଙ୍କ ଏକ ସର୍ତ୍ତ ଦାୟୀ ବୋଲି କହିଛନ୍ତି ଏକତା। ବିବାହ କରିବା କିମ୍ୱା କାମ କରିବା ଭିତରୁ ଗୋଟିଏ ଚୟନ କରିବାକୁ ପିତା କହିବାରୁ ସେ କାମକୁ ବାଛିଥିବା କହିଛନ୍ତି ଏକତା। ବିବାହ ବିଚ୍ଛେଦ ଘଟଣା ଦେଖିବା ପରେ ବିବାହ ଉପରୁ ଭରସା ତୁଟି ଯାଇଥିବା ସେ କହିଛନ୍ତି। ସିଙ୍ଗଲ ଥିବା ଏକତା କିଛି ଦିନ ହେବ ସରୋଗେସି ଜରିଆରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ଏକତା ନିଜ ପୁଅ ନାମ ପିତା ଜିତେନ୍ଦ୍ରଙ୍କ ପ୍ରଥମ ନାମ ରବି ଅନୁଯାୟୀ, ରବି କପୁର ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

1 × two =