ମାର୍ଚ୍ଚ ୧ରୁ ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି

ଭୁବନେଶ୍ୱର() ମାର୍ଚ୍ଚରୁ ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ । ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ତେବେ ରାଜରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ୬ ମାସ ପାଇଁ କୋହଳ କରାଯାଇଥିଲା । ତେବେ ଏହି କଂଟ ଏବେ ପୁରିବାକୁ ବସିଛି । ତେଣୁ ଆସନ୍ତା ୧ତାରିଖ ତଥା ମାର୍ଚ୍ଚ ୧ ତାରିଖରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ନେଇ ଧରପଗଡ ଆରମ୍ଭ ହୋଇଯିବ ।

ତେବେ ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ , ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ଫାଇନ ଦେବାକୁ ପଡିବ । ସେହିଭଳି ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ ଓ ତୃତୀୟ ଥର ଧରାପଡିଲେ ୫ ଶହ ଓ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

two × 4 =