ବାଳ ସୁଧାର ଗୃହରୁ ରାତ୍ର ଜଗୁଆଳୀଙ୍କୁ ମାଡ ମାରି ଫାଟକ ଡେଇଁ ପଳାଇଲେ ୬ ଅନ୍ତେବାସୀ

ବ୍ରହ୍ମପୁର : ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ଅନ୍ତେବାସୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ୬ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି । ରବିବାର ରାତିରେ ସେଠାରେ କାର୍ଯ୍ୟରତ ରାତ୍ର ଜଗୁଆଳୀଙ୍କୁ ମାଡ ମାରି ଫାଟକ ଡେଇଁ ଚମ୍ପଟ ମାରିଥିବା ଜଣାପଡିଛି । ଅନ୍ତେବାସୀଙ୍କ ମାଡରେ ରାତ୍ର ଜଗୁଆଳୀ ଜଣଙ୍କ ଲହୁଲୁହାଣ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଏ ନେଇ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏଭଳି ଅନ୍ତେବାସୀ ଚମ୍ପଟ ମାରିବା ନଜିର ରହିଛି । ତେବେ ବାରମ୍ବାର ଏଭଳି ଘଟଣା ଘଟିବା ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି ।

Share

Leave a Reply

Your email address will not be published. Required fields are marked *

11 − three =