ଲିପ୍ଟ ବାହାନାରେ ୭୫ ହଜାର ଲୁଟ୍ କଲେ ଦୁର୍ବୃତ୍ତ

ରାଜଧାନୀରେ ମାତିଛନ୍ତି ଚୋର । ଗୋଟିଏ ପରେ ଗୋଟିଏ ଘଟଣା ଲୋକଙ୍କୁ ଯେତିକି ଆତଙ୍କିତ କରିଛି ସେତିକି ଭୟ ମଧ୍ୟ ବଢାଉଛି । ପୋଲିସ ପାଇଁ ସେତିକି ବଡ ଚ୍ୟାଲେଞ୍ଜ ମଧ୍ୟ ସୃଷ୍ଟି କରିଛି । କେନ୍ଦ୍ରାପଡା ରାଜକନିକାର ଜଣେ ଯୁବକ ବୀରେନ ପରିଡାଙ୍କୁ ଠକମାନେ ଲିଫ୍ଟ ଦେବାକୁ କହି ଲୁଟିନେଇଛନ୍ତି । ଗତ ୧ ତାରିଖ ଦିନ ବାଙ୍ଗାଲୁରୁରୁ ଭୁବନେଶ୍ୱରକୁ ଫେରିଥିଲେ ବୀରେନ । ସତସଙ୍ଗ ବିହାର ନିକଟରୁ ବସ ଫେଲ ହେବା ପରେ ଜଣେ ବ୍ୟକ୍ତି କାରରେ ଆସି ଲିଫ୍ଟ ଦେବାକୁ କହିଥିଲେ । କାର କଟକ ମହାନଦୀ ପୋଲ ପାଖରେ ପହଁଞ୍ଚିବା ପରେ ସେଠି ବୀରେନକୁ କିଛି ପିଇବାକୁ ଦେଇଥିଲେ ଲୁଟେରା ଜଣକ । ଏହାପରେ ଅଚେତ ହୋଇପଡିଥିଲେ ବୀରେନ । ପ୍ରବଳ ମାଡ ମାରି ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯାଇଥିଲେ ଲୁଟେରା । ଏଟିଏମ କାର୍ଡରୁ ୭୫ ହଜାର ଟଙ୍କା ଏବଂ ପର୍ସରେ ଥିବା ସବୁ ଟଙ୍କା ନେଇ ସେଠାରୁ ପଳାଇଯାଇଥିଲେ ଲୁଟେରା । ସକାଳୁ ହୋଷ୍ ଆସିବା ପରେ ସେଠୁ ରାସ୍ତାକୁ ଆସିଥିଲେ ବୀରେନ । ହେଲେ ତାଙ୍କୁ କିଛି ଟ୍ରକ ଡ୍ରାଇଭର ମାଡ ମାରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ପୁରା ଘଟଣାକୁ ନେଇ ସେ ସହିଦ ନଗର ଥାନାରେ ଫେରାଦ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − six =