କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଆସ୍ତରଣ, ଗାଡି ଚଳାଚଳ ବାଧାପ୍ରାପ୍ତ

କିଛିଦିନ ହେଲା ରାଜ୍ୟରେ ଶୀତ ଲହର କମିଥିବା ବେଳେ ସକାଳୁ ସକାଳୁ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳୁଛି । ଆଜି ସକାଳ ସକାଳୁ ଭୁବନେଶ୍ୱର ଏବଂ କଟକ ସହରରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ଏନେଇ ଗାଡି ଚଳାଚଳରେ ବାଧା ସୃଷ୍ଟି ହେବା ଦେଖାଦେଇଛି ।

ମକର ସଂକ୍ରାନ୍ତି ପରଠାରୁ ରାଜ୍ୟରେ କୁହୁଡ଼ି ବଢିବାରେ ଲାଗିଛି । ରାତି ୧ଟା ପରଠାରୁ ଆକାଶକୁ କୁହୁଡ଼ି ଆଚ୍ଛାଦିତ କରି ରଖୁଛି । ପରିସ୍ଥିତି ଏପରି ହୋଇଛି ଯେ, ୧୫ ରୁ ୨୦ ମିଟର ଦୂରତ୍ୱ ମଧ୍ୟ ଦେଖାଯାଉନି । ମାତ୍ରାଧିକ କୁହୁଡ଼ି ଯୋଗୁଁ ରାସ୍ତାରେ ବିନା ଲାଇଟରେ ବାଇକ୍ ବା ଅନ୍ୟାନ୍ୟ ଯାନ ଚାଲିବା ଅସମ୍ଭବ ହୋଇ ପଡ଼ିଛି ।

ଅନ୍ୟପଟେ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଆର୍ଦ୍ରତା ପାଇଁ କୁହୁଡ଼ି ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ କଟକ ଭୁବନେଶ୍ୱର ରାଜରାସ୍ତାରେ ଘନ କୁହୁଡ଼ି ହେତୁ ଗାଡ଼ିଗୁଡ଼ିକ ମନ୍ଥର ଗତିରେ ଯାତାୟାତ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 7 =