ଚିଲିକାରେ ଝଡ ତୋଫାନ, ଓଲଟିଲା ଡଙ୍ଗା

ପୁରୀ () ଚିଲିକା ମଝିରେ ବୁଡ଼ିଲା ଡ଼ଙ୍ଗା । ଏହି ଦୁର୍ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏହି ଡ଼ଙ୍ଗା ବୁଡ଼ି ଘଟଣାରେ ଅନ୍ୟ ତିନି ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି । ନିଖୋଜ ପର୍ଯ୍ୟଟକ ଭୁବନେଶ୍ବରର ଝାରପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ଓଡ଼୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ପର୍ଯ୍ୟଟକଙ୍କୁ ଡ଼ଙ୍ଗା ଓ ବୋଟ ସାହାର୍ଯ୍ୟରେ ଖୋଜା ଚାଲିଛି ।

ଘଟଣା ଅନୁଯାୟୀ, ପର୍ଯ୍ୟଟକମାନେ କାଳିଜାଇଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଚିଲିକା ମଝିରେ ହଠାତ୍ ଘୋଟି ଆସିଲା କଳା ହାଣ୍ଡିଆ ମେଘ । ବର୍ଷା ଓ ପବନରେ ଚିଲିକା ହ୍ରଦର ମଝିରେ ଦୋହଲିବାକୁ ଆରମ୍ଭ କରିଥିଲା ଡ଼ଙ୍ଗା । ହ୍ରଦ ମଝିରେ ଡଙ୍ଗା ଜୋରରେ ଦୋହଲିବା ସହ ପବନର ପ୍ରଖର ବେଗରେ ଓଲଟି ପଡ଼ିଥିଲା । ଡଙ୍ଗାରେ ବସିଥିବା ସମସ୍ତ ପର୍ଯଟକ ବୁଡ଼ି ଯାଇଥିଲେ । ତେବେ ଡଙ୍ଗାରେ ବସିଥିବା ଶିଶୁ ଜଣକ ଅଥଳ ପାଣିରେ ବୁଡ଼ିଯିବା ପରେ ପ୍ରାଣ ହରାଇଥିଲେ । ଏହାଛଡ଼ା ଅନ୍ୟ ତିନି ଜଣ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜୁଛି ଓଡ଼୍ରାଫ ଟିମ୍ ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଆହତଙ୍କ ମାଗଣା ଚିକିତ୍ସା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

9 − eight =