ବର୍ଷା ଆରମ୍ଭରୁ ବନ୍ୟା ପ୍ରସ୍ତୁତି

୮୬ଟି ଦୁର୍ବଳ ନଦୀବନ୍ଧ ଚିହ୍ନଟ

ଦୈନିକ ଜିଲ୍ଲାରୁ ଆସିବ ବିପର୍ଯ୍ୟୟ ବିବରଣୀ

ଭୁବନେଶ୍ୱର (): ଏଥର ସ୍ୱାଭାବିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଥିଲେ ବି ବନ୍ୟା ମରୁଡି ପରିସ୍ଥିତିର ସମ୍ଭାବନାକୁ ଏଡାଇ ହେବନି । ତେଣୁ ଉଭୟ ବନ୍ୟା ଓ ମରୁଡି ପାଇଁ ସମସ୍ତେ ପ୍ରସ୍ତୁତ ରୁହ । ଏଥିସହିତ ବର୍ଷା ଋତୁ ଆରମ୍ଭ ହୋଇସାରିଥିବାରୁ ଦୁର୍ବଳ ନଦୀବନ୍ଧର ମରାମତି ସାଙ୍ଗକୁ ଯେକୌଣସି ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆ୍ୟାଇଛି । ଆଜି ରାଜ୍ୟ ସ୍ତରୀୟ ବିପର୍ଯ୍ୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଏହି ପରାମର୍ଶ ଦେଇଛନ୍ତି ।

ବାତ୍ୟା ତିତିଲି ଓ ଫନି ଯୋଗୁଁ ରାଜ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏସବୁ ପ୍ରାକୃତିକ ଦୁର୍ବିପାକ ମୁକାବିଲାରେ ସରକାରଙ୍କ ପ୍ରାକ ପ୍ରସ୍ତୁତିରେ ଓଡ଼ିଶା ଆନ୍ତର୍ଯାତିକ ସ୍ତରରେ ବିପର୍ଯ୍ୟୟ ପରିଚାଳନାରେ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ଼ ସୃଷ୍ଟି କରିଛି । ତେଣୁ ବନ୍ୟା ପୂର୍ବରୁ ସେହିଭଳି ନଦୀବନ୍ଧ ମରାମତି ସହ ବାଲିବସ୍ତା ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅସ୍ଥାୟୀ ଆବାସସ୍ଥଳ ର୍ନିମାଣ ପାଇଁ ଆବଶ୍ୟକ ସଂରଜାମ ସାଇତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତବର୍ଷ ସମ୍ଭାବ୍ୟ ବନ୍ୟା, ବାôୟା ଓ ମରୁଡ଼ି ମୁକାବିଲା ପାଇଁ ସରକାର ପ୍ରାକ୍ ପ୍ରସ୍ତୁତି କରିଛନ୍ତି । ଏ ନେଇ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୨୯ ତାରିଖରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଆପାଦକାଳୀନ ଅଧିକାରୀମାନଙ୍କୁ ନେଇ ଚଳିତମାସ ୧୦ ତାରିଖରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଜୁନମାସ ୧ ତାରିଖରୁ ଅକ୍ଟୋବର ପର୍ଯ୍ୟନ୍ତ ୧୫ ତାରିଖ ପର୍ଯ୍ୟନ୍ତ ଦୈନିକ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ବିବରଣୀ ପ୍ରଦାନ କରିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ । ବନ୍ୟା ପ୍ରବଣ ଅଂଚଳରେ ୮୬ଟି ଦୁର୍ବଳ ନଦୀବନ୍ଧ ଚିହ୍ନଟ ହୋଇଛି । ସେଗୁଡିକୁ ତୁରନ୍ତ ମରାମତି କରାଯିବା ସହ ଆବଶ୍ୟକ ବାଲିବସ୍ତା ଗଛିତ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ତେବେ ପ୍ରତିବର୍ଷ ବିପର୍ଯ୍ୟୟ ପରିଚାଳନା ବୈଠକ ବସୁଛି କନ୍ତୁ ସଦସ୍ୟମାନେ ବିପର୍ଯ୍ୟୟ ପ୍ରସ୍ତୁତି ନେଇ ଦେଇଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ଏହିସବୁ କାର୍ଯ୍ୟ କେବଳ କାଗଜ କଲମରେ ସବୁକିଛି ସୀମିତ ରହୁଛି । ତଳସ୍ତରରେ ଥିବା ଅଧିକାରୀମାନେ ସରକାରଙ୍କୁ ସୁହାଇଲାଭଳି ରିପୋର୍ଟ ଦେଉଛନ୍ତି ।
ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପୋକସ ରାଜ୍ୟ ଦାବିକୁ ସମର୍ଥନ ଜଣାଇଥିଲେ । କହିଥିଲେ ଯେ, ରାଜ୍ୟ ଯେପରି ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଆର୍ଥିକ ଅନୁଦାନ ଦେବାକୁ ମିଳିତ ଭାବେ ଦାବି ହେବା ଉଚିତ ।

Share

Leave a Reply

Your email address will not be published. Required fields are marked *

9 − 8 =