ଭଲ ଶାସନର ହଲମାର୍କ : ନାଗରିକ କେନ୍ଦ୍ରୀକ ପ୍ରଶାସନ

ବାବୁଙ୍କୁ ନବୀନଙ୍କ ତାଗିଦ – ଭଲ କାମ କରି ଲୋକଙ୍କ ବିଶ୍ୱାସ ଜିତ

୫-ଟି କାର୍ଯ୍ୟକାରିତାର ତଦାରଖ କରିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର : ପଞ୍ଚମ ପାଳିରେ ପୁଣି ଥରେ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥା ଲାଗୁ କରିବା ସହ ଅଫିସରଙ୍କୁ ବାବୁପଣିଆ ଛାଡି ଲୋକଙ୍କ ପାଇଁ କାମ କରିବାକୁ ତାଗିଦ କରିଛନ୍ତି । ନିରନ୍ତର ଭଲ କାମ ଦ୍ୱାରା କିଭଳି ଭାବେ ଲୋକଙ୍କ ବିଶ୍ୱାସ ଜିତିବା ସହ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଲୋକଙ୍କୁ ସନ୍ତୋଷ କରିବାକୁ ଅଫିସରମାନେ ପ୍ରାଧାନ୍ୟ ଦେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ସେ ଅଫିସରଙ୍କୁ ଚେତାଇ ଦେଇଛନ୍ତି ଯେ, “ମୁଁ ଆପଣଙ୍କର ଦକ୍ଷତା ଆକଳନ ରିପୋର୍ଟ ଲେଖୁଛି । ଲୋକ ମୋ ଦକ୍ଷତା ଆକଳନ ରିପୋର୍ଟ ଲେଖୁଛନ୍ତି । ଏହି ଦୁଇଟି ଭିତରେ ସଂପର୍କ ରହିବା ମୁଁ ଚାହେଁ । ଆମ ସମସ୍ତଙ୍କୁ ଉତ୍ତରଦାୟୀ ରହିବାକୁ ହେବ” ।

ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ସରକାରଙ୍କର ଆଭିମୁଖ୍ୟ ସଂପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ସରକାର ତାର ଭଲ କାମ ପାଇଁ ଲୋକଙ୍କର ବିଶ୍ୱାସ ଜିତିଥାଏ । ନିରନ୍ତର ଭାବରେ ଭଲ କାମ ଦ୍ୱାରା ସରକାର ବାରମ୍ବାର ଲୋକଙ୍କ ବିଶ୍ୱାସ ହାସଲ କରିବାରେ ସଫଳ ହୋଇଥାଏ । ବର୍ତ୍ତମାନ ଆମେ ବିକାଶ ଓ ପ୍ରଶାସନରେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ôଚ ସାରିଛୁ । ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାପାଇଁ ଆମକୁ କାମ କରିବାକୁ ହେବ । ଲୋକମାନଙ୍କର ଆଶା ଅକାଂକ୍ଷାକୁ ପୂରଣ କରିବା ନିମନ୍ତେ ଆମକୁ ସଫଳ ଭାବରେ ସେବା ଯୋଗାଇ ଦେବାକୁ ହେବ ।

‘ପଞ୍ଚମ ପାଳିରେ ମୁଁ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛି । ଆମର ସମ୍ପଦକୁ ମୂଲ୍ୟଯୁକ୍ତ କରିବା ଉପରେ ମୁଁ ଗୁରୁତ୍ୱ ଦେଉଛି । ଶିଳ୍ପାୟନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏମ୍ଏସଏମ୍ଇ ଡଷ୍ଟର ଷ୍ଟାର୍ଟ ଅଫ୍ ହବସ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ପରି ଦେଶମାନଙ୍କ ସମକକ୍ଷ ହେବାକୁ ଓଡିଶା ଚାହୁଁଛି ।

ବିଭିନ୍ନ କ୍ଷେତ୍ରରେ ଯୋଗାଇବା କ୍ଷେତ୍ରରେ ଆମେ ଏକ ବଡ ପରିବର୍ତ୍ତନ ଆଣିବା । ଲୋକଙ୍କ ଉପରେ ଅଧିକ ବିଶ୍ୱାସ ରଖିବା । ମୁଁ ଚାହେଁ ୫-ଟିକୁ ଅକ୍ଷରେ ଅକ୍ଷରେ ପାଳନ କରିବା । ମୁଁ ଚାହେଁ, ଆପଣମାନେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସେବା ଓ ବିଭିନ୍ନ ପ୍ରକ୍ରିୟା ଚିହ୍ନଟ କରନ୍ତୁ, ଯେଉଁଥିରେ କି ଆମେ ପ୍ରଥମ ପର୍ଯ୍ୟାୟରେ ୫-ଟିକୁ କାର୍ଯ୍ୟକାରୀ କରିବା । ବିଶେଷ କରି ଲୋକଙ୍କ ସୁବିଧା ଉପରେ ଆମେ ଗୁରୁତ୍ୱଦେବା । ୫-ଟିର କାର୍ଯ୍ୟକାରିତାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ତଦାରଖ କରିବ ।

ଭଲ ପ୍ରଶାସନର ହଲ୍ ମାର୍କ ହେଉଛି ଲୋକଙ୍କ ସନ୍ତୋଷ । ଆପଣମାନେ ମୋ ସହିତ ଏକମତ ହେବେ ଯେ, ଏ ଦିଗରେ ଉନ୍ନତି ପାଇଁ ବହୁତ ସୁଯୋଗ ଅଛି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପ୍ରତିକ୍ରିୟା ସ୍ୱାସ୍ଥ୍ୟ ବିଭାଗ ନେଉଛି କି? ରୋଗୀମାନେ ସନ୍ତୁଷ୍ଟ କି? ଯେଉଁ ଯୁବ ବନ୍ଧୁମାନେ ପରିବହନ ବିଭାଗରୁ ଲାଇସେନ୍ସ ନେଉଛନ୍ତି, ସେମାନଙ୍କ ପ୍ରତିକ୍ରିୟା ସଂପର୍କରେ ବିଭାଗ ସଚେତନ କି? ଆମର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ସଂପର୍କରେ ଜନସାଧାରଣଙ୍କ ଅନୁଭୂତି କିପରି, ତା ସେମାନେ ଜାଣନ୍ତି କି? ସରକାରଙ୍କ ସଂପର୍କରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କ ମତାମତ ଆପଣ ଜାଣନ୍ତି କି? ସବ୍ ରେଜିଷ୍ଟର ଅଫିସରେ କ’ଣ ଘଟୁଛି ଆପଣ ଜାଣନ୍ତି କି?

ଏ ସବୁ ଅଫିସ ଲୋକଙ୍କ ସେବା ପାଇଁ ରହିଛି – ଲୋକଙ୍କ ଟଙ୍କାରେ ଚାଲୁଛି । ଏସବୁ ଅଫିସର କାର୍ଯ୍ୟରେ ଲୋକମାନେ କେତେ ସନ୍ତୁଷ୍ଟ? ସାଧାରଣ ଲୋକର ଦୃଷ୍ଟିରେ ଏସବୁ ସେବା ସଂପର୍କରେ ମୁଁ ଜାଣିବାକୁ ଚାହୁଁଛି-ସମ୍ପୂର୍ଣ୍ଣ ଭାବରେ ନାଗରିକ କେନ୍ଦ୍ରୀତ ପ୍ରଶାସନ । ଆନ୍ତରିକତାର ସହ ମୁଁ ଏହା ହିଁ ଚାହେଁ ।

Share

Leave a Reply

Your email address will not be published. Required fields are marked *

ten − 7 =