ଅନୁଭବଙ୍କ ନାଁରେ ମାମଲା

କଟକ()  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।

ଏତଲାନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ହଇରାଣ କରୁଥିଲେ । ବାଟରେ ଯିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ । ତେବେ ଘଟଣା ସମ୍ପର୍କରେ ଜଣାଇବାକୁ ସେ ଅନୁଭବଙ୍କ ଘରକୁ ଯାଇଥିଲେ ମହିଳା । ତେବେ ସେଠାରେ ଅନୁଭବ ମହିଳାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ମହିଳା କହିଛନ୍ତି । ଏମିତିକି ଅନୁଭବ ତାଙ୍କ ଉପରେ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଏତଲା ଆଧାରରେ ଦଫା ୨୯୪, ୩୫୪(କ), ୩୨୩, ୩୪ (ଓଚଉ)ରେ ମାମଲା ରୁଜୁ ହୋଇଛି।

Share

Leave a Reply

Your email address will not be published. Required fields are marked *

2 × 5 =