ବିଧାନସଭାରେ ଆଉ ୫ ବିଲ୍ ପାରିତ

ଭୁବନେଶ୍ୱର() କରୋନା କଟକଣା ମଧ୍ୟରେ ବିଧାନସଭା ମୌସୁମୀ ଅଧିବେଶନ ଶେଷ ହୋଇଛି ।  ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଏଥର ମୌସୁମୀ ଅଧିବେଶନ ୭ ଦିନ  ଚାଲିଥିଲା  ।  ଅଧିବେଶନରେ ୭ ବିଲ୍ ଆଗତ ହୋଇଥିଲା । ଶେଷ ଦିନରେ ବିଧାନସଭା ରେ ୫ଟି ବିଲ୍ ପାରିତ ହୋଇଛି । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସହ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍‌ , ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍, ଓଡ଼ିଶା ପୌର ବିଧି ସଂଶୋଧନ ବିଲ୍, ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍   ବିଧାନସଭାରେ ପାରିତ ହୋଇଛି ।

ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଛି  ।ଏହି ଅଧିବେଶନରେ  ସୋସିଆଲ, ଇକୋନମିକ, ଫାଇନାନ୍ସ ଓ ରେଭିନ୍ୟୁ ସେକ୍ଟରରେ ରିପୋର୍ଟ ଉପସ୍ଥାପିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =