୧୫୧ ଡାକ୍ତରଙ୍କ ଇସ୍ତଫା

କୋଲକାତା()   ଚାରିଦିନ ଧରି ଡାକ୍ତରମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ସରକାର ଆଶ୍ଚର୍ୟ୍ୟଜନକ ଭାବରେ ନିରବ ରହିଛନ୍ତି। ଏନ୍ଆରଏସ୍ କଲେଜ୍ ଓ ହସ୍ପିଟାଲରୁ ୧୦୮ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ଫଳରେ ଶେଷ ଖବର ସୁଦ୍ଧା ଏହି ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫା ଦେଇଥିବା ଡାକ୍ତରଙ୍କ ମୋଟ ସଂଖ୍ୟା ୧୫୧ ହୋଇଛି। ସେହିପରି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ଜୁନ୍ ୧୭ ତାରିଖରେ କାର୍ୟ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି। ଜୁନିଅର ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ପଶ୍ଚିମବଙ୍ଗରେ ଜଣେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଏବେ ମୁହାଁମୁହିଁ ହୋଇଛନ୍ତି ପଶ୍ଚିମବଙ୍ଗ ସରକାର ଓ ଡାକ୍ତର ସଂଘ । ଡାକ୍ତରଙ୍କ ସୁରକ୍ଷା ଦାବି ସହ ଆକ୍ରମଣକାରୀଙ୍କ ବିରୋଧରେ କଡା କର୍ୟ୍ୟାନୁଷ୍ଠାନ ଓ ଆକ୍ରମଣ ଘଟଣା ପାଇଁ ନୂଆ ଆଇନ ଆଣିବା ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତର । ଏନେଇ ଏମସର ଡାକ୍ତର ମାନେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଦିଲ୍ଲୀରେ ଭେଟିବା ସହ ଦାବି ଜଣାଇଛନ୍ତି ।

କୋଲକାତାରେ ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ଏମ୍ସ ଡାକ୍ତର ମାନେ ମୁହଁରେ ପଟି ବାନ୍ଧି ପ୍ରର୍ଦଶନ କରିଥିଲେ । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଥିବା ବେଳେ ମମତା କହିଛନ୍ତି ଏହା ବିଜେପିର ଚାଲ । ମମତା କହିଛନ୍ତି, ଏବେ ବିଜେପି ଡାକ୍ତର ମାନଙ୍କୁ ନିଜ ଜାଲରେ ଫଶାଉଛି ।

Share

Leave a Reply

Your email address will not be published. Required fields are marked *

5 × 2 =