ଭୂମିରେ ଜୀବିତ ରହିପାରେ ଏହି ମାରାତ୍ମକ ମାଛ

ସମୁଦ୍ର ମଧ୍ୟରେ ଏଭଳି ବହୁତ ପ୍ରକାରର ଜଳଚର ଜୀବ ଅଛନ୍ତି, ଯାହା ଜଣେ ସାଧାରଣ ବ୍ୟକ୍ତି ମନରେ କୌତୁହଳ ସୃଷ୍ଟି କରିବା ସ୍ୱାଭାବିକ୍ କଥା। କିଏ ଦେଖିବାକୁ ସୁନ୍ଦର ହୋଇଥିବା ବେଳେ ଆଉ କିଏ ସାହାଯ୍ୟକାରୀ ଜୀବ ହୋଇଥାଏ।

ଆମେରିକାର ଜର୍ଜିଆରେ ଏଇ ନିକଟରେ ଏହି ମାଛ ବିଷୟରେ ଜାଣିବାକୁ ମିଳିଛି। ସାପ ଭଳି ମୁଣ୍ଡ ଥିବାରୁ ଏହି ମାଛର ନାଁ ନର୍ଥେନ ସ୍ନେକହେଡ୍ ରଖାଯାଇଛି। ଚୀନ୍, ଋଷିଆ, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପ୍ରମୁଖ ଦେଶରେ ବହୁଳ ପରିମାଣରେ ଏହି ମାଛ ଦେଖିବାକୁ ମିଳିଥାନ୍ତି।

ତେବେ ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ହେଉଛି ମାଛମାନେ କେବଳ ପାଣିରେ ବଞ୍ଚିରହିପାରୁଥିବା ବେଳେ ଏହି ମାରାତ୍ମକ ମାଛ ସ୍ଥଳଭାଗରେ ମଧ୍ୟ କିଛି ଦିନ ଆରାମରେ ଜୀବିତ ରହିପାରେ।

ସରକାରଙ୍କ ତରଫରୁ ଏହି ମାଛ ପ୍ରତି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିବା ବେଳେ ମାଛକୁ ଯେଉଁଠାରେ ବି ଦେଖିଲେ ପ୍ରଥମେ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ଫଟୋ ଉଠାଇ ନିକଟସ୍ଥ ବନ ବିଭାଗକୁ ଖବର ଦେବାକୁ ସୂଚନା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

18 + eleven =