ଭିଲାଇ ଷ୍ଟିଲପ୍ଲାଂଟରେ ଘଟି ୮ ମୃତ ୧୪ ଆହତ

ଛତିଶଗଡ ଅଘଟଣ । କୋକ୍ ଓଭନ ନିକଟରେ ମରାମତି ସମୟରେ ଫାଟିଲା ଗ୍ୟାସ ପାଇପ୍ ଲାଇନ୍ । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ତେବେ ଘଟଣା ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଁଚିଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।ସୁଚନା ମୁତାବକ ଉକ୍ତ ପ୍ଲାଣ୍ଟର କୋକ୍ ଓଭେନରେ ପାଖାପାଖି ୨୦ରୁ ଉଦ୍ଧ୍ୱର୍ ଶ୍ରମିକ କାମ କରୁଥିଲେ । କୋକ୍ ଓଭେନ ପାଶ୍ୱର୍ରେ ଥିବା ଏକ ବ୍ୟାଟେରୀ ନମ୍ବର ୧୧ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତାକୁ ମରାମତି କରୁଥିବା ସମୟରେ ହଠାତ୍ ଗ୍ୟାସ ପାଇପ୍ ଲାଇନରେ ବଡ଼ ଧରଣର ବିସ୍ଫୋରଣ ଘଟିଲା । ଯାହାଫଳରେ ସେଠାରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fifteen − 5 =