ଟିକା ଅଭାବରୁ ବନ୍ଦ ହେଲାଣି ୪୦୦ ଟିକାକେନ୍ଦ୍ର: ବିଜୟ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କୋଭିଡ ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର | ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି | ସେ କହିଛନ୍ତି, ୨ ଦିନ ଭିତରେ ଟିକା ନଆସିଲେ ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତ ହେବନି । ଟିକା ଅଭାବ ଯୋଗୁ ରାଜ୍ୟରେ ୪ ଶହ ଟିକା କେନ୍ଦ୍ର ବନ୍ଦ ହେଲାଣି । ଏବେ ୧୧୦୩ କେନ୍ଦ୍ରରେ ଟିକାକରଣ ଚାଲିଛି । ଏବେ ମାତ୍ର ୧ ଲକ୍ଷ ୮୫ ଟିକା କୋଲ୍ଡ ଚେନ୍ ପଏଣ୍ଟରେ ରହିଛି । ତେବେ ପର୍ଯ୍ୟାପ୍ତ ପରିମାଣର ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଦିଆଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 5 =