ପିପିଲିରେ ଦଳ ପାଇଁ ପ୍ରଚାର କରିବେ ନବୀନ

ପିପିଲି: ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ | ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଏନେଇ ସୂଚନା ପ୍ରଦାନ କରିଛନ୍ତି | ପିପିଲି ଉପନିର୍ବାଚନ ରଣନୀତି ନେଇ ଆଜି ବିଜେଡି ପକ୍ଷରୁ ହୋଇଥିବା ବୈଠକ ପରେ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ପିପିଲିରେ ପ୍ରଚାର ଜୋର ସୋରରେ ଚାଲିଛି । ବିଜେଡି ପିପିଲିରେ ବାଜିମାତ କରିବ ।

ଅନ୍ୟପକ୍ଷେ,କ୍ୟାମ୍ପେନିଂରେ କମ୍ପୁଛି ପିପିଲି ଉପନିର୍ବାଚନ ମଇଦାନ । ଓ୍ୱାରରୁମ୍‌ରେ ରଣନୀତି ପ୍ରସ୍ତୁତ, ଓ୍ୱିନ୍ ସଟ୍‌ ଲଗାଇବାକୁ ପ୍ରଚାର ପିଚ୍‌ରେ ନେତା ଓ କର୍ମୀଙ୍କ ମାରାଥନ୍ କ୍ୟାମ୍ପେନ୍‌ । ସମର୍ଥନ ଜୁଟାଇବା ପାଇଁ ଚାଲିଛି ସଭା, ଶୋଭାଯାତ୍ରା ଆଉ ଡୋର ଟୁ ଡୋର ପ୍ରଚାର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା କଟକଣା ଭିତରେ ପିପିଲିରେ ପ୍ରଚାର କରିବେ ବୋଲି କହିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ |

Share

Leave a Reply

Your email address will not be published. Required fields are marked *

17 − two =