ପୁଣି କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ: ପୁଣି କାବୁଲରେ ଏକ ବଡ଼ ଧରଣର ବିସ୍ଫୋରଣ । କାବୁଲ ବିମାନବନ୍ଦର ନିକଟ ଖାଜେ ବାଗ୍ରା ଆବାସିକ ଅଞ୍ଚଳରେ ଥିବା ଏକ ଘରେ ରକେଟ ଗୁଳି ଚଳାଇଛି। ଯେଉଁ ଘରେ ଏହି ରକେଟ୍ ପଡିଛି ସେହି ଘରେ ଏକ ଶିଶୁର ମୃତ୍ୟୁ ଘଟିଛି। ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ ଏହି ରକେଟ୍ ଘର ଉପରେ ପଡିଛି। ଘଟଣା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକେ ଦୌଡ଼ି ଦୌଡ଼ି ସେହି ସ୍ଥାନ ଛାଡି ପଳାଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ପ୍ରଥମେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପରେ ଲୋକେ ଭୟଭୀତ ହୋଇଯାଇଥିଲେ । ଗତ ୨୬ ତାରିଖରେ କାବୁଲ ବିମାନ ବନ୍ଦର ନିକଟରେ ସିରିଜ ବିସ୍ଫୋରଣ ହୋଇଥିଲା । ଏଥିରେ ୧୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ବଡ଼ ଧରଣର ବିସ୍ଫୋରଣ ଘଟିବ ବୋଲି ଆମେରିକା ଆଗୁଆ ଚେତେଇ ଦେଇଥିଲା ।

Share

Leave a Reply

Your email address will not be published. Required fields are marked *

16 + fifteen =