ସଂକ୍ରମଣ ରୋକିବାକୁ ନାଇଟ୍ କର୍ଫ୍ୟୁ ଜରୁରୀ: ଡିଏମଇଟି

ଭୁବନେଶ୍ୱର: ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତିଙ୍କ ବଡ ବୟାନ | ନାଇଟ୍ କର୍ଫ୍ୟୁ ସଂକ୍ରମଣ ରୋକିବାର ଏକ ମାଧ୍ୟମ ଅଟେ । ରାତିରେ କ୍ଲବ୍ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁର ଆବଶ୍ୟକତା ନିହାତି ଭାବେ ରହିଛି । ବର୍ତ୍ତମାନ ଭାଇରସ୍ ପୂର୍ବ ଅପେକ୍ଷା ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ୍ ପଡ଼ୁଛି । ଆଇସିୟୁ, ବେଡ଼୍, ଭେଣ୍ଟିଲେଟରର ବିଶେଷ ଭାବରେ ଆବଶ୍ୟକତା ରହୁନି । ଛତିଶଗଡ ସୀମାବର୍ତ୍ତି ଜିଲ୍ଲାର ଲୋକମାନେ ଯାତାୟତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ତେଣୁ ସମସ୍ତଙ୍କୁ ସଜାଗ ରହି ଜଗି ରଖି ଚଳିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ଆମକୁ ମାନିବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଅନ୍ୟପକ୍ଷେ ରାଜ୍ୟରେ କୋଭିଡ ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ଲାଗିଛି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତବେ ସଂକ୍ରାମିତଙ୍କ ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ ଚିହ୍ନଟ ହୋଇଛନ୍ତି |

Share

Leave a Reply

Your email address will not be published. Required fields are marked *

5 − 4 =