ବାରବାଟୀ ଆସିବେ ବିସିସିଆଇ ଅଧ୍ୟକ୍ଷ

କଟକ() ବାରବାଟୀ ଆସିବେ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କାଲିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ରବିବାର ଅପରାହ୍ନ ୧ଟା ୩୦ ମିନିଟରେ ଆରମ୍ଭ ହେବ। ଶୃଙ୍ଖଳା ସଂପ୍ରତି ୧-୧ରେ ରହିଛି। ତେବେ ଗାଙ୍ଗୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାକୁ ଟ୍ରଫି ଦେଇ ପାରନ୍ତି।

ଓସିଏ ସଂପାଦକ କହିଛନ୍ତି ଯେ, ମୁଁ ମ୍ୟାଚର ଉଦଘାଯାପନୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କକୁ ନିମନ୍ତ୍ରଣ ଦେଇଥିଲି, ଯାହାକୁ ଦାଦା ସ୍ଵୀକାର କରିଛନ୍ତି। ବିସିସିଆଇର ଅଧ୍ୟକ୍ଷ ଭାବେ ଏହା ଗାଙ୍ଗୁଲିଙ୍କ ବାରବାଟୀ ପ୍ରଥମ ପରିଦର୍ଶନ ହେବ ବୋଲି ଓସିଏ ସଂପାଦକ କହିଛନ୍ତି।

Share

Leave a Reply

Your email address will not be published. Required fields are marked *