ପୁଣି ୨ ରଥ ନିର୍ମାଣକାରୀ ସେବାୟତ ପଜିଟିଭ୍ ଚିହ୍ନଟ

ପୁରୀ: ଆଜି ପୁରୀରେ ପୁଣି ଜଣେ ମହାରଣା ଓ ଜଣେ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।କରୋନା ସଂକ୍ରମଣ ରୋକିବା ପାଇଁ ବାୟୋ ବବଲ ବ୍ୟବସ୍ଥା ଜାରୀ କରାଯାଇଥିବା ସମୟରେ ଆଜିର ସଂକ୍ରମିତଙ୍କୁ ମିଶାଇ ୨୦ ଜଣ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ଗତକାଲି ୧୦ ଜଣ (୯ ଜଣ ମହାରଣା ଓ ଜଣେ ଭୋଇ ସେବକ) ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା’ପୂର୍ବ ଦିନ ୮ ଜଣ (୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ) ପଜିଟିଭ୍ ଚିହ୍ନଟ ହୋଇଥିଲେ।

ତେବେ ରଥ ନିର୍ମାଣକାର୍ଯ୍ୟରେ ଏବେ ମୋଟ ୭୯ ଜଣ ସେବକ କାମରେ ଲାଗିଛନ୍ତି । ୩୦ ମହାରଣା, ୩୦ ଭୋଇ, ୪ କରତି, ୧୨ କମାର, ଅନ୍ୟ ୩ ଜଣ ସହାୟକ ସେବକ ରଥ ନିର୍ମାଣ କାମରେ ଲାଗିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ବାୟୋ ବବଲ ସୁରକ୍ଷା ବଳୟରେ ରଖାଯାଇଛି । ସମସ୍ତ ରଥ କାରିଗରଙ୍କୁ ପ୍ରଥମ ଡୋଜ୍‌ କରୋନା ଟିକା ଦିଆଯିବା ସହିତ ସମସ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି ।ସେହିଭଳି ଚିହ୍ନଟ ପଜିଟିଭ୍ କାରିଗରଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବା ସହ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି ।

 

 

Share

Leave a Reply

Your email address will not be published. Required fields are marked *

one + 19 =