ରାଜ୍ୟରେ ଆଜି ୭୯୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୪୬୪୭ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରାମିତଙ୍କ ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳ ୧୭ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ,ବଲାଙ୍ଗୀର ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୪୬ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ବରଗଡ଼ ଜିଲ୍ଲାରୁ ୪୮ଜଣ, ଭଦ୍ରକ ଜିଲ୍ଲାରୁ ୧୦ଜଣ, ଗଞ୍ଜାମ ଜିଲ୍ଲାରୁ ୯ଜଣ, ଜଗତସିଂହପୁର ଜିଲ୍ଲରାୁ ୯ଜଣ, ଯାଜପୁର ଜିଲ୍ଲାରୁ ୧୬ଜଣ, କୋରାପୁଟ ଜିଲ୍ଲାରୁ ୯ଜଣ ଚିହ୍ନଟ ହୋଇଛନ୍ତି |

ସେହିଭଳି ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ଜଣ, କନ୍ଧମାଳ ଜିଲ୍ଲ୨ରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୩୯ଜଣ, ନୟାଗଡ଼ ଜିଲ୍ଲାରୁ ୭ଜଣ, ନୂଆପଡ଼ା ଜିଲ୍ଲାରୁ ୩୧ଜଣ, ପୁରୀ ଜିଲ୍ଲାରୁ ୪୩ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୪୫ଜଣ, ସୋନପୁର ଜିଲ୍ଲାରୁ ୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୭ଜଣ ରହିଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୪୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୨୫୫ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୮୪୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =