ରାହୁଲଙ୍କ ନାଗରିକତାକୁ ନେଇ ପ୍ରଶ୍ନ !

ଉତ୍ତରପ୍ରଦେଶ() ଆଜି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ରାହୁଲଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦିଆଯାଇଥିବା ତଥ୍ୟକୁ ଚ୍ୟାଲେଂଜ କରି ସ୍ବାଧୀନ ପ୍ରାର୍ଥୀଙ୍କ ଓକିଲମାନେ ଏ ବାବଦ ସ୍ଥିତି ସ୍ପଷ୍ଟ କରିବାକୁ ଆବେଦନ କରିଛନ୍ତି।

ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍ ରାହୁଲଙ୍କ ପ୍ରାର୍ଥିପତ୍ରକୁ ଚ୍ୟାଲେଂଜ କରି କହିଛନ୍ତି ଯେ ରାହୁଲ ଜଣେ ବ୍ରିଟିଶ ନାଗରିକ ହୋଇଥିବାରୁ ସେ କିଭଳି ଭାରତରେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହେବେ ତାହା ନିର୍ବାଚନ କମିସନ ସ୍ପଷ୍ଟ କରିବା ଦରକାର।

ବ୍ରିଟେନରେ ପଞ୍ଜିକୃତ ହୋଇଥିବା ଏକ କମ୍ପାନିର ସାର୍ଟିଫିକେଟ୍ ଆଧାରରେ ରାହୁଲ ନିଜକୁ ଜଣେ ବ୍ରିଟେନ୍ ନାଗରିକ ବୋଲି ଘୋଷଣା କରିଥିବା ପ୍ରମାଣ ରହିଛି ବୋଲି ସେ କହିଛନ୍ତି। ୨୦୦୪ ସତ୍ୟପାଠରେ ରାହୁଲ କହିଥିଲେ ଯେ ସେ ବ୍ରିଟେନର ଏକ କମ୍ପାନିରେ ବିନିଯୋଗ କରିଥଲେ ଏବଂ ୨୦୦୫ରେ ଉକ୍ତ କମ୍ପାନିର କାଗଜ ପତ୍ରରେ ତାଙ୍କୁ ଜଣେ ବ୍ରିଟିଶ୍ ନାଗରିକ ଭାବେ ଦର୍ଶାଯାଇଥିଲା। ଏହି ଅଭିଯୋଗ ପରେ ମାମଲାକୁ ନିର୍ବାଚନ କମିସନ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଆଗାମୀ ୨୨ ତାରିଖ ଦିନ ଆବଶ୍ୟକ ପ୍ରମାଣ ଆଧାରରେ ଏ ବାବଦ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ରାହୁଲଙ୍କ ଓକିଲ ଏ ବାବଦରେ ଅଧିକ ସମୟ ଦାବି କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ କେବଳ ତାଙ୍କୁ ୨ ଦିନ ସମୟ ଦେଇଛନ୍ତି।

 

Share

Leave a Reply

Your email address will not be published. Required fields are marked *

2 × 4 =