ପିପିଲି ମୈଦାନକୁ ଓହ୍ଲାଇବେ ନବୀନ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନୀ ମାହୋଲ ପୂରାପୂରି ସରଗରମ । ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର କ୍ୟାମ୍ପେନିଂ ମଧ୍ୟ ଚଳାଇଛନ୍ତି । ତେବେ ବିଜୁ ଜନତା ଦଳ ପକ୍ଷରୁ ପିପିଲି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଚଳିତ ଥର ପିପିଲି ବାଜି ହାତେଇବା ପାଇଁ ଫୁଲ୍ ଦମରେ ଲାଗି ପଡିଛନ୍ତି | ଆଉ ରୁଦ୍ରଙ୍କ ପିପିଲି ପ୍ରଚାରରେ ସହଯୋଗ କରୁଛି ବିଜେଡ଼ି ଦଳ ।ତେବେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ବୋଲି ବିଜେଡି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କରାଯିବ । କର୍ମୀ ଏକାଠି ହେବା ସ୍ଥାନରେ ଏଲଇଡି ଲାଗିବ । ୩୫ ହଜାର ଭୋଟ୍ ରେ ଜିତିବା ନେଇ ଯୋଜନା ରଖିଛି ବିଜୁ ଜନତା ଦଳ । ଏହାସହ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 13 =