ବବି ମିଶ୍ରଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବବି ମିଶ୍ରଙ୍କ ନାଁରେ ଥାନାରେ ଅଭିଯୋଗ । ମଦ ପିଇ ପଡ଼ୋଶୀ ଗାଳି କରିଥିବା ଅଭିଯୋଗ ହାଇଛି । ଗାଡ଼ି ପାର୍କିଂକୁ ନେଇ ଝଗଡ଼ା ହୋଇଥିଲା । ମଦ ପିଇ ପଡୋଶୀଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତି ପଡୋଶୀ ।

ଗାଡି ପାର୍କିଂ କୁ ନେଇ ପଡୋଶୀ ଓ ତାଙ୍କ ଭିତରେ ଗତକାଲି ଝଗଡା ହୋଇଥିଲା । ପଡୋଶୀଙ୍କ ଅଭିଯୋଗ, ବବିଙ୍କ ଦୌରାତ୍ମ୍ୟ ଧୀରେ ଧୀରେ ବଢୁଛି। ପ୍ରତ୍ୟକ ଦିନ ଏଭଳି ସମସ୍ୟା ଦେଖା ଦେଉଛି । ବବିଙ୍କ ସହ ତାଙ୍କ ସହଯୋଗୀ ମାନେ ମଧ୍ୟ ଉତ୍ପାତ କରୁଥିବା ଅଭିଯୋଗ କରିଛନ୍ତି ପଡୋଶୀ । ଏପରିକି ଅଭିଯୋଗ କଲେ ଜୀବନରୁ ମାରିବା ପାଇଁ ଧମକ ଦେବା ସହ ଗୁଣ୍ଡା ଡକାଇ କଲୋନୀରେ ଉତ୍ପାତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଏହି ଘଟଣାରେ ଏଯାଏ ବବିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।



Share

Leave a Reply

Your email address will not be published. Required fields are marked *

nineteen − 18 =