ଥରୁଛି ସାରା ରାଜ୍ୟ, କନ୍ଧମାଳରେ ପାରଦ ୩ ଡିଗ୍ରୀ ତଳେ

ଥରୁଛି ସାରା ଉତ୍ତର ଭାରତ । ଦିଲ୍ଲୀରେ ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିଛି । ଦିନସାରା ଘନ କୁହୁଡ଼ିରେ ସାରା ସହର ଆଚ୍ଛାଦିତ ହୋଇ ରହୁଛି । ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ । ସେହିପରି ରାଜ୍ୟରେ ବି ସ୍ଥିତି ଅସମ୍ଭାଳ । ଉପକୂଳର ଆଭ୍ୟନ୍ତରୀଣ, ପଶ୍ଚିମରୁ ଦକ୍ଷିଣ ସବୁଛି ରାଜ କରୁଛି ଥଣ୍ଡା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ସପ୍ତାହେ ପର‌୍ୟ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ ।
ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆହୁରି କମିଛି । ଦାରିଙ୍ଗବାଡିରେ ତିନି ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି ପାରଦ । ୧୯ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି । ରାଜ୍ୟର ସବୁ ଜିଲ୍ଲାରେ ଶୀତ ଯୋଗୁଁ ସକାଳୁଆ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଆବଶ୍ୟକ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଦୋକାନ ବଜାର ବିଳମ୍ବରେ ଖୋଲୁଛି। ଶିମିଳିପାଳ ପାଦ ଦେଶ ଅଂଚଳରେ ମଧ୍ୟରେ ଶୀତର ପ୍ରକୋପ ଅଧିକ ରହୁଛି । କନ୍ଧମାଳ ଜିଲ୍ଲାରେ ପାରଦ ୩ ଡିଗ୍ରୀ ତଳେ ରହିଛି।
ଶିମିଳିପାଳରେ ତୁଷାରପାତ । ଶିମିଳିପାଳରେ ଅସହ୍ୟ ଶୀତ ସାଙ୍ଗକୁ ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଶିମିଳିପାଳ ମେଘାସନୀରେ ତାପମାତ୍ରା ୧ ଡିଗ୍ରୀ ସେଲସିୟସ ତଳକୁ ଖସିଆସିଛି । ଶିମିଳିପାଳକୁ ଆସୁଥିବା ପର‌୍ୟ୍ୟଟକ ମଧ୍ୟ ତୁଷାରପାତର ମଜା ନେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 16 =