ନାଚି ଗାଇ କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କଲେ ରାଜଧାନୀବାସୀ

ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ନୂଆବର୍ଷକୁ ସ୍ୱାଗତ ପାଇଁ ସବୁଠି ଅନୁଷ୍ଠିତ ହୋଇଥିଲା ଭବ୍ୟ ଆୟୋଜନ। ଏଥିରୁ ବାଦ ପଡ଼ିନି ଓଡ଼ିଶା। ରାଜଧାନୀର ବିଭିନ୍ନ ହୋଟେଲ, କ୍ଲବ୍‌ ଓ ପବ୍‌ରେ ଜମିଥିଲା ନାଚଗୀତର ଆସର। ନାଚି ଗାଇ କେକ୍‌ କାଟି ନୂଆବର୍ଷକୁ ସ୍ୱାଗତ କରିଥିଲେ ରାଜଧାନୀବାସୀ।
ସେହିପରି କଟକରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଲବରେ ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତି ପର୍ୟ୍ୟନ୍ତ ଲୋକେ ନୂଆବର୍ଷକୁ ସ୍ୱାଗତ କରିବା ସହ ନାଚି ଗାଇ ବେଶ ମଜା ଉଠାଇଥିଲେ। ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଭଳି ସହରରେ ମଧ୍ୟ ନୂଆବର୍ଷକୁ ବେଶ୍‌ ରଙ୍ଗୀନ ଭାବେ ଲୋକେ ସ୍ୱାଗତ କରିଥିଲେ।

Share

Leave a Reply

Your email address will not be published. Required fields are marked *

4 − 4 =