କେନ୍ଦୁଝର ବଳଦେବଦିଉଙ୍କ ରଥ ବିଶ୍ୱର ସବୁଠାରୁ ବଡ ରଥ, ପଢନ୍ତୁ…

କେନ୍ଦୁଝର ବଳଦେବଦିଉଙ୍କ ରଥ ବିଶ୍ୱର ସବୁଠାରୁ ବଡ ରଥ। ଗ୍ଲୋବାଲ ରେକର୍ଡସ ଆଣ୍ଜ ରିସର୍ଚ୍ଚ ପାଉଣ୍ଡେସନ୍‌ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଏସିଆ ଫେସିଫିକ୍‌ ରେକର୍ଡସ ଓ ଇଣ୍ଡିଆନ୍‌ ନ୍ୟାସନାଲ୍‌ ରେକର୍ଡସ ସଂସ୍ଥା ମଧ୍ୟ ଏହାକୁ ସର୍ବୋଚ୍ଚ ରଥର ମାନ୍ୟତା ଦେଇଛି। ବଳଦେବଜିଉଙ୍କ ରଥ ବିଶ୍ୱର ସବୁଠାରୁ ବୃହତ୍ତମ ଜଗନ୍ନାଥ ରଥ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଆବେଦନକୁ ଗ୍ରହଣ କରି ଗତ ୨୫ତାରିଖରେ ଗ୍ଲୋବାଲ୍‌ ରେକର୍ଡସ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌ ମୁଖ୍ୟ ମନମୋହନ ରାୱତ କେନ୍ଦୁଝର ଗସ୍ତରେ ଆସିଥିଲେ। ବଳଦେବ ଜିଉଙ୍କ ରଥ ଅନୁଧ୍ୟାନ କରି ରିପୋର୍ଟ ରିସର୍ଚ୍ଚ କମିଟିକୁ ଦେଇଥିଲେ। ରଥର ଉଚ୍ଚତା ୭୨ଫୁଟ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ଏହାକୁ ଗିନିଜ୍‌ ବୁକ୍‌ସ ଅଫ୍‌ ରେକର୍ଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − 4 =