ହୋଟଲରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏକ ହୋଟଲ ରୁମ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ତକିଆ ଉପରେ ରକ୍ତାକ୍ତ ହୋଇ ମୁହଁମାଡ଼ି ପଡିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ପ୍ରାକ ଅନୁସନ୍ଧାନରୁ ଜଣାପଡିଛି ଯେ, ମୃତ ଯୁବତୀ ଜଳକନିଜକ ପୁରୁଷ ବନ୍ଧୁଙ୍କ ସହ ୨ ଦିନ ହେଲା ଏହି ହୋଟେଲରେ ରହି ଆସୁଥିଲେ। ତେବେ ଘଟଣା ଘଟିବା ବେଳକୁ ରୁମ୍‌ ଭିତରେ କେବଳ ଯୁବତୀଙ୍କ ମୃତଦେହ ଥିଲା। ପୁରୁଷ ବନ୍ଧୁ ଫେରାର ହୋଇ ଯାଇଥିଲେ।ପୋଲିସ ଏ ବାବଦରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ପଚାରିଥିଲା। ପୋଲିସ କହିଛି ଯେ, ଆଦିତ୍ୟ ମହାପାତ୍ର ନାମରେ ଏକ ଫେକ୍‌ ଆଧାର କାର୍ଡ ଦେଇ ଏହି ରୁମ୍‌ ବୁକ୍‌ କରାଯାଇଥିଲା । ହତ୍ୟାକାଣ୍ଡ ପ୍ରେମ କିମ୍ବା ପରକୀୟା ପ୍ରୀତି ଜନିତ ହୋଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ସୁଚିନ୍ତିତ ପୁଲିସ୍‌ ବୋଲି ଅନୁମାନ କରୁଛି ।   ଗତ ଦୁଇ ଦିନର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଛି। ଉକ୍ତ ରୁମ୍‌ରେ  ରହୁଥିବା ଉଭୟ ଯୁବତୀ ଯୁବକଙ୍କ ସମ୍ପର୍କରେ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × one =