ଅନୁକମ୍ପା ସାଉଁଟିବାକୁ “ଚିତାଭସ୍ମ ରାଜନୀତି”

ନୂଆଦିଲ୍ଲୀ () ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟପେୟୀ ପ୍ରିତି ଲୋକଦେଖାଣିଆ ବୋଲି ଧରାପଡିଯାଇଛି । ଏକଥା ଖୋଦ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରି ବାଜପେୟୀଙ୍କ ଝିଆରୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଲା କହିଛନ୍ତି । ଗତ 9 ବର୍ଷ ହେଲା ବାଜପେୟୀଙ୍କୁ ଭୁଲିଯାଇଥିଲା ବିଜେପି, ପ୍ରଧାନମନ୍ତ୍ରୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏମିତିକ 9 ମାସ ଧରି ଡାକ୍ତରଖାନାରେ ପଡିଥିବା ବାଜପେୟୀଙ୍କୁ ଦେଖିବାକୁ କେହି ଜଣେ ହେଲେ ଯାଇନଥିଲେ । ଏବେ ବାଜପେୟୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ତି କଳସକୁ ନେଇ ଚାଲିଛି ଅନୁକମ୍ପା ରାଜନୀତି ।

ବାଜପେୟୀଙ୍କ ପ୍ରତି ଦଳମତ ନିର୍ବିଶେଷରେ ଥିଲା ଶ୍ରଦ୍ଧା, ପ୍ରେମ ଓ ଭକ୍ତି । କାରଣ ସେ ଏକ ନିର୍ଦ୍ଧିଷ୍ଟ ଆଦର୍ଶଗତ ରାଜନୀତି କରୁଥିଲେ । ରାଜନୀତିରେ ରାଷ୍ଟ୍ର, ସମ୍ବିଧାନ ଓ ନୀତି ନୈତିକତାକୁ ସେ ସବୁବେଳେ ଗୁରୁତ୍ବ ଦେଇଆସୁଥିଲେ । ସେଥିପାଇଁ 13 ଦିନର ସରକାରର ସ୍ଥିରତା ପାଇଁ ମାତ୍ର ଗୋଟିଏ ଭୋଟର ଆବଶ୍ୟକତା ଥିଲେ ବି ସେ ଏଥିପାଇଁ ଘୋଡା ବେପାରକୁ ପ୍ରଶ୍ରୟ ଦେଇନଥିଲେ । ବାଜପେୟୀଙ୍କ ନୀତି ଓ ଆଦର୍ଶରେ ଗଠିତ ଭାରତୀୟ ଜନତା ପାର୍ଟି ଏବେ ତାଙ୍କର ସେହି ନୀତି ନୈତିକତାକୁ ପାଳନ କରୁଛି କି । ଯେଉଁଠି ମାତ୍ର ଗୋଟିଏ ଭୋଟ ପାଇଁ ବାଜୟପେୟୀ ପ୍ରଧାନମନ୍ତ୍ରୀ ପଦରୁ ହଟିଗଲେ ସିନା ଭୋଟ କିଣାକୁ ଅନୁମତି ଦେଇନଥିଲେ,  ସେହି ଦଳ ଏବେ ସରକାର ଗଠନ ଓ ପତନ ପାଇଁ କେବଳ ଘୋଡା ବେପାରକୁ ହିଁ ଭରସା କରିଛି ।

ସେ ଅଭିଯୋଗ କରିଛନ୍ତି ଯେ, ବାଜପେୟୀଙ୍କ ପ୍ରତି ସବୁସ୍ତର ଓ ସବୁ ବର୍ଗର ଲୋକ ଏପରି ରାଜନୈତିକ ଦଳଗୁଡିକର ଭଲ ପାଇବା ଓ ସମ୍ମାନ ରହିଛି । ବର୍ତ୍ତମାନ ବିଜେପିର ନୀତି ଓ ନୈତିକତାର ପତନ ପାଇଁ ଦଳ ପ୍ରତି ଭୋଟରଙ୍କ ଆସ୍ଥା ତୁଟିବାରେ ଲାଗିଛି । ନିକଟରେ ଅନୁଷ୍ଠିତ କର୍ଣ୍ଣାଟକ ନାଟକ ହେଉ କି ଆସାମ ସବୁଠି ବିଜେପିର କଳୁଷିତ ଭୋଟ କିଣା ରାଜନୀତି ଗଣତନ୍ତ୍ର ଓ ଦଳର ନିଜସ୍ବ ଆଦର୍ଶକୁ ନଷ୍ଟଭ୍ରଷ୍ଟ କରିଦେଇଛି । ତେଣୁ ବାଜପେୟୀଙ୍କ ମୃତ୍ୟୁରୁ ତାଙ୍କ ଅସ୍ତିକଳସକୁ ଦେଶର ସବୁ ରାଜ୍ୟରେ ବୁଲାଇ ଅମିତ ଶାହା ଓ ଅନ୍ୟ ବରିଷ୍ଠ ନେତାମାନେ ଦଳ ପ୍ରତି ଅନୁକମ୍ପା ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ।

କେବଳ ଏତିକି ନୁହେଁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଅଟଳଜୀଙ୍କ ନାଁକୁ ନେଇ ସହର ବିଶ୍ବବିଦ୍ୟାଳୟ ପାୱାରପ୍ଲାଣ୍ଟର ନାମକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲୋକଙ୍କ ସମବେଦନା ସାଉଣ୍ଟିବାକୁ ତାଙ୍କ ନାଁକୁ ବ୍ୟବହାର କରୁଛନ୍ତି । ବାଜପେୟୀଙ୍କ ଚିତାଭସ୍ମକୁ ନେଇ ବିଜେପିର ଏହି “ଚିତାଭସ୍ମ ରାଜନୀତି” ଆଗାମୀ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କରାଯାଉଛି ବୋଲି କରୁଣା ଶୁକ୍ଲା ଅଭିଯୋଗ କରିଛନ୍ତି ।

ଓଡିଶାରେ ମଧ୍ୟ ସ୍ବର୍ଗତ ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରାରେ ରାଜନୀତିର ଗନ୍ଧ ବାରି ହୋଇଛି । ଏଭଳି ଜଣେ ମହାନ ନେତାଙ୍କ ଚିତାଭସ୍ମକୁ ନେଇ ବିଜେପି ଯେଉଁ ରାଜନୀତି କରୁଛି ତାକୁ ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ଦିଲ୍ଲୀରୁ ଅସ୍ଥି କଳସ ନେଇ ଆସିଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଗତକାଲି ଅସ୍ଥି କଳସ ଶୋଭାଯାତ୍ରା ଭୁବନେଶ୍ବରରୁ ପୁରୀ ଯାଇଥିଲା । ଏହି ଶୋଭାଯାତ୍ରାରୁ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କମ ବରଂ ନିଜ ଦଳର ପ୍ରଚାର କରି ରାଜନୈତିକ ଫାଇଦା ନେବା ପାଇଁ ଚାଲିଥିବା ପ୍ରତିଯୋଗିତା ସ୍ପଷ୍ଟ ବାରି ହେଉଥିଲା ବୋଲି କରୁଣା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଚିତାଭସ୍ମ ମଧ୍ୟ ଦେଶ ସାରା ବୁଲିଥିଲା । କିନ୍ତୁ ତାକୁ ନେଇ ସେ ସମୟରେ ଏଭଳି ଶ୍ରଦ୍ଧାଂଜଳୀ ଶୋଭାଯାତ୍ରା ଓ ସଭାର ରାଜନୀତି ହୋଇନଥିଲା  ।

Share

Leave a Reply

Your email address will not be published. Required fields are marked *

16 − 16 =