ମେ ୧୯ରୁ ଜୁନ ୨ଭିତରେ ସ୍ୱତନ୍ତ୍ର ବିମାନ ଚଳାଚଳ

ଭୁବନେଶ୍ୱର() ମେ ୧୯ରୁ ଦେଶର କିଛି ସହରକୁ ଘରୋଇ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ମେ ୧୯ରୁ ଜୁନ ୨ଭିତରେ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅଧିକ ବିମାନ ଚଳାଚଳ କରିବ । ଏହାସହ ଭୁବନେଶ୍ୱରରୁ ଏକ ବିମାନ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁମତିକୁ କେବଳ ଅପେକ୍ଷା ରହିଛି ।
କରୋନା ଭାଇରସ୍ ଯୋଗୁଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଯାତାୟତ ବସ୍, ଟ୍ରେନ ଓ ବିମାନ ସେବା ମଧ୍ୟ ବନ୍ଦ ଥିଲା । କିନ୍ତୁ ଅଳ୍ପ କେଇଟା ଦିନ ହେବ କିଛିଟା କଟକଣା କୋହଳ ସାଙ୍ଗକୁ ବସ୍, ଟ୍ରେନ ଓ ବିମାନ ସେବା ଚଳାଚଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

18 − 8 =