ଅକ୍ଟୋବର ୧୧ରେ ହାଜର ହେବେ ଅଭିଜିତ

ଭୁବନେଶ୍ୱର—ଓଡିଶା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ବିଧାନସଭା ଗୃହ କମିଟି ଆଗରେ ଆସନ୍ତା ଅକ୍ଟୋବର ୧୧ତାରିଖରେ ହାଜର ହେବା ପାଇଁ ବିଧାନସଭା ଗୃହ କମିଟି ନୋଟିସ କରିଛି । ଅଭିଜିତ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ବିଧାନସଭା ଓ ବିଧାୟକ ମାନଙ୍କ ସମ୍ପର୍କରେ କେତେକ ଅରୁଚିକର ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ ଏବଂ ତାକୁ ନେଇ ବିଧାନସଭାରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ବିଧାୟକମାନେ ତାଙ୍କ ବିରୋଧରେ ବାଚସ୍ପତିଙ୍କୁ ମୁଲତବୀ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ଏହା ଉପରେ ବିଚାର ପାଇଁ ଏକ ଗୃହ କମିଟି ଗଠନ କରିଥିଲେ ।
ଆଜି ଏହି ଗୃହ କମିଟିର ବୈଠକ ବରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅଭିଜିତ ଆୟାର ଦେଇଥିବା ମନ୍ତବ୍ୟରେ ସ୍ୱାଧିକାର ଭଙ୍ଗ ହୋଇଛି ବୋଲି ଗୃହ କମିଟି ମତ ଦେଇଛି । ତାକୁ ଭିତି କରି ଅଭିଜିତଙ୍କୁ ଗୃହ କମିଟି ହାଜର ହେବା ପାଇଁ ସମନ୍ କରିଛି ।ଆସନ୍ତା ଅକ୍ଟୋବର ୧୧ ତରିଖରେ ଅଭିଜିତ ବିଧାନସଭା ଗୃହ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 2 =