ଚାଷୀଙ୍କ ସମସ୍ୟା ବୁଝିଲେ ବିଜେପି ନେତା

ବଲାଙ୍ଗୀର: ଜିଲ୍ଲାରେ ଚଳିତ ବର୍ଷ ସ୍ଵଳ୍ପ ମୌସୁମି ବର୍ଷା ଯୋଗୁଁ ମରୁଡି ସମସ୍ୟା ଦେଖା ଦେଇଛି । ଏହି କ୍ରମରେ ଚାଷୀ ନିଜ ସବୁ ସମ୍ପତି ଚାଷରେ ଲଗେଇ ମୁଣ୍ଡରେ ହାତ ଦେଇଛି । ଏଣୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବଲାଙ୍ଗୀର ଜିଲ୍ଲାର ଭଦ୍ରିପାଲି, ଝଙ୍କରପାଲି, ଉଲବା, ରାମଚନ୍ଦ୍ରପୁର, ଟିକ୍ରାପଡା, ମୁରିବାହାଲ, ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଖୋଲନର ମରୁଡିଗସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷତି ଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସର ରେ ଜିଲ୍ଲାକୁ ମରୁଡି ଘୋଷଣା ସହ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ମନମୋହନ ଆଶ୍ୱାସନା ଦେଇଛନ୍ତି । ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପୂର୍ବତନ ବିଧାୟକ ରାମରଞ୍ଜନ ବଳିଆରସିଂ, ରାଜ୍ୟ ପ୍ରବକ୍ତା ବିରଞ୍ଚି ତ୍ରିପାଠୀ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି,ପୂର୍ବତନ ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାୟକ,କିଷାନ ମୋର୍ଚା ସଭାପତି ମାଧବ ସାଏ, ଜିଲ୍ଲା ପରିଷଦ ଚେୟାରମ୍ୟାନ ଭାରତୀ ମହାନନ୍ଦ,ଜିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ ପାଣ୍ଡବ ସାହୁ,ରାଜ୍ୟ କୃଷକ ମୋର୍ଚା ସାଧାରଣ ସମ୍ପାଦକ ଲକ୍ଷଣ ବାଗ,ବିଧାୟକ ପାର୍ଥୀ ଅନନ୍ତ ଦଶ,ଅମିତ ସିଂ ନିନା, ଦୀନେଶ ଶର୍ମା, ପିତାମ୍ବର ଖମାରୀ ସମେତ ସମସ୍ତ ବରିଷ୍ଠ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

fourteen − six =