ଗିରଫ ହେବେ ବାପ-ପୁଅ

ଭୁବନେଶ୍ୱର() ସାରା ରାତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରୁଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା କରୁଛନ୍ତି । ଏହାପରେ ମେଡିକାଲ ଯାଞ୍ଚ କରାଯିବ । ସଂଧ୍ୟା ପୂର୍ବରୁ ବାପା, ପୁଅଙ୍କୁ ଗିରଫ କରାଯାଇପାରେ ।

ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ୟ୍ୟାଳୟରେ ବାପା ଓ ପୁଅଙ୍କ ସମେତ ପୁତୁରା ଓ ଡ୍ରାଇଭର ଅଟକ ଅଛନ୍ତି । ପାଠକଙ୍କର ପ୍ରାୟ ୯ କୋଟି ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି। ଗତକାଲି ପୁନେରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଧରି ଭୁବନେଶ୍ୱରରେ ଗତକାଲି ପହଁଚିଥିଲା ଭିଜିଲାନ୍ସ । ବିମାନବନ୍ଦରରୁ ସିଧାସଳଖ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ୪୫ ମିନିଟ ଧରି ପଚରାଉଚରା କରିବା ପରେ ତାଙ୍କୁ ଭିଜିଲାନ୍ସ କାର୍ୟ୍ୟାଳୟକୁ ନିଆଯାଇଥିଲା ।

ତେବେ ଅଭୟକାନ୍ତଙ୍କ ଆୟବହିର୍ଭୁତ ସଂପତ୍ତି ଭିଜିଲାନସର ଆଖି ଖୋସି ଦେଇଛି । ବର୍ତ୍ତମାନ ସୁଦ୍ଧା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ୧୩ଟି ସ୍ଥାନରେ ରେଡ୍ କରାଯାଇଛି । ସରକାରୀ ବାସଭବନ, କାର୍ୟ୍ୟାଳୟ, ଭୁବନେଶ୍ୱରସ୍ଥିତ ଫ୍ଲାଟ, ବିହାରରେ ଥିବା ପୈତୃକ ଗାଁର ଘର, ୱାଟର ଆପାର୍ଟମେଣ୍ଟରେ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ, ପୁଣେରେ ଆପାର୍ଟମେଣ୍ଟ, କାର୍ୟ୍ୟାଳୟ, ଫାର୍ମ ହାଉସ୍, ପୁଣେର ସମତା କଲୋନୀରେ ପୁତ୍ରଙ୍କ ପରିଚାଳକଙ୍କ ବାସଭବନ, ମୁମ୍ବାଇର ଜୁହୁ ଏବଂ ମୁଲୁଣ୍ଡରେ ତାଙ୍କ ପୁଅର ସହଯୋଗୀଙ୍କ ଘର, ରେଷ୍ଟୁରାଣ୍ଟରେ ରେଡ୍ ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱର, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

three × two =