ସାଧାରଣ ଜନତାଙ୍କ ସେବା ହିଁ ଏକମାତ୍ର ନିଶା ଓ ପେଶା …

ଭୁବନେଶ୍ବର () ଓଡିଶା ରାଜନୀତିର ଜଣେ ଆଗଧାଡିର ନେତା, ଜଣେ ସାହିତ୍ୟିକ, ଜଣେ ତୃଣମୂଳ ସ୍ତରର କର୍ମୀ ଓ ଜଣେ ସାଧାରଣ ଲୋକର ମନକଥା ବୁଝୁଥିବା ଦରଦି ମଣିଷଟିଏ । ଯଦିଓ ବିଜେଡି ରାଜନୈତିର ସେ ଜଣେ ଚର୍ଚ୍ଚିତ ନେତା, ତଥାପି ସେ କେବେ ବି ନିଜକୁ ଜଣେ ଆଗଧାଡିର ନେତା ବୋଲି ଭାବିନାହାଁନ୍ତି । ତୃଣମୂଳ ସ୍ତରର କର୍ମୀ ଭାବେ ଦୀର୍ଘ 19 ବର୍ଷ ହେଲା କାମ କରି ଆସୁଛନ୍ତି ଏବେ ଆଗକୁ ଏମିତି ଲୋକଙ୍କ ସହ ରହି ସେମାନଙ୍କ ପାଇଁ କାମ କରିବାକୁ ପ୍ରତିଶୃତିବଦ୍ଧ । ବିଜେଡିର ଏହି ନେତା ଜଣକ ହେଉଛନ୍ତି ଡକ୍ଟର ଅରୁଣ କୁମାର ସାହୁ ।

ସାଧାରଣ ଜୀବନ ମଧ୍ୟରେ ଓ ରାଜନୀତି ୟାଭିତରେ ସେ କେବେ ବି ନିଜକୁ ପୃଥକ ବୋଲି ଭାବିନାହାଁନ୍ତି । ଯେଉଁଥିପାଇଁ ରାଜ୍ୟର ସ୍ବାର୍ଥ ପାଇଁ ମହାନଦୀ ଲଢେଇ ହେଉ କି ଏମଏସପି ବୃଦ୍ଧି ଦାବିରେ ଦିଲ୍ଲୀରେ କେନ୍ଦ୍ର ବିରୋଧରେ ଲଢେଇ ହେଉ କି ନିଜ ଅଂଚଳରେ କର୍ମୀଙ୍କ ପାଇଁ ଭୋଜିର ଆୟୋଜନ ସବୁଠି ସେ ନିଜକୁ ଜଣେ ସାଧାରଣ କର୍ମୀ ଭାବେ ଯୋଡି ଦେଇଥାନ୍ତି ।

ତେଣୁ କେତେବେଳେ ତାଙ୍କୁ ରୋଷେୟା ବେଶରେ ଦେଖିବାକୁ ମିଳେ ତ କେତେବେଳେ ଯୁବକଙ୍କ ସହ କ୍ରିକେଟ ଓ ଫୁଟବଲ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳେ । ଏମିତି ଫୁଟବଲ ଖେଳି ନିକଟରେ ସେ ଆହତ ହୋଇଥିଲେ । ତଥାପି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅକ୍ଟୋବର ଦୁଇରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ତାଙ୍କର 300 କିଲୋମିଟରର ପଦଯାତ୍ରାରେ କୌଣସି ପ୍ରତିବନ୍ଧକ ଲାଗିନଥିଲା ।

ଭୁବନେଶ୍ବରରେ କମ, ନିଜ ଅଂଚଳରେ ଲୋକଙ୍କ ପାଖରେ ଅଧିକ ସମୟ ବିତାଉଥିବା ଡକ୍ଟର ଅରୁଣ ସାହୁ କେତେବେଳେ ଚାଲିଚାଲି ଗାଁ ଗାଁ ବୁଲି ଲୋକଙ୍କ ମାଟି ପିଣ୍ଢାରେ ବସି ସେମାନଙ୍କ ସୁଖ ଦୁଃଖ ବୁଝିଥାନ୍ତି ତ କେବେଳେ ବୁଲେଟ ଖଣ୍ଡେ ଧରି ବିଭିନ୍ନ ଅଂଚଳର ଉନ୍ନୟନମୂଳକ କାର୍ଯ୍ୟ ଦେଖନ୍ତି । କେତେବେଳେ ଜିଲ୍ଲା ଅଧିକାରୀଙ୍କ ସହ ନିଜ ଅଂଚଳର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରନ୍ତି ତ କେତେବେଳେ ଗାଁର ଯୁବକଙ୍କ ସହ କ୍ରିକେଟ ଖେଳର ମଜା ମଧ୍ୟ ନେଇଥାନ୍ତି ।  କେତେବେଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟରେ ଲୋମ ଟାଙ୍କୁରି ଉଠିଲା ଭଳି ଭାଷଣ ଦେଇଥାନ୍ତି ତ କେତେବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଗାରିମା ବର୍ଣ୍ଣନା କରିଥାନ୍ତି ।

 

 

 

କେବଳ ରାଜନୀତି ଓ ଜନନୀତିରେ ନଥାନ୍ତି । ବିଧାନସଭାରେ ମଧ୍ୟ ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ତାଙ୍କର ସୁନାମ ରହିଛି । ସେଥିପାଇଁ ସେ ଶ୍ରେଷ୍ଠ ବିଧାୟକର ସମ୍ମାନ ମଧ୍ୟ ପାଇଛନ୍ତି । ବିଧାନସଭାରେ ମନ୍ତ୍ରୀ ଥିଲା ବେଳେ ହେଉ କି କେବଳ ଜଣେ ବିଧାୟକ ଭାବେ ସେ ଖୁବ କମ ଆଲୋଚନାରେ ଭାଗ ନିଅନ୍ତି । କିନ୍ତୁ ଯେତିକି ଆଲୋଚନାରେ ଭାଗ ନେଇ ନିଜ ବକ୍ତବ୍ୟ ରଖିଥାନ୍ତି ତାହା ଖୁବ ଉଚ୍ଚକୋଟିର ଓ ସାରଗର୍ଭକ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

11 − four =