ସିବିଡି ଅଏଲ ପ୍ରଶ୍ନର ଉତ୍ତର ଦେଲେନି ଶ୍ରଦ୍ଧା

ମୁମ୍ବାଇ () ବଲିଉଡ୍ ଡ୍ରଗ୍ସ ମାମଲାରେ ଆଜିର ଦିନ ଥିଲା ଖୁବ୍ ଗୁରୁତ୍ବପୂଣ୍ର୍ଣ। ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପରୁ ଓ ସାରା ଅଲ୍ଲୀ ଖାନଙ୍କୁ ଜେରା କରିଛି।

ଇତି ମଧ୍ୟରେ ଏନସିବି ସାମ୍ନାରେ ଶ୍ରଦ୍ଧା ସବୁ ଦୋଷ କୁଆଡେ ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ଲଦିଛନ୍ତି। ପଚରାଉଚରା ବେଳେ ଶ୍ରଦ୍ଧା କହିଛନ୍ତି ଯେ ସେ ସୁଟିଂ ସମୟରେ ସୁଶାନ୍ତଙ୍କୁ ଭ୍ୟାନିଟି ଭ୍ୟାନ ଓ ସେଟରେ ଡ୍ରଗ୍ସ ସେବନ କରୁଥିବା ଦେଖିଛନ୍ତି। ମାତ୍ର ନିଜେ ଡ୍ରଗ୍ସ ସେବନ କରୁ ନ ଥିବା ରୋକଠୋକ ମନା କରିଛନ୍ତି। ‘ଛିଛୋରେ’ ଫିଲ୍ମ ରିଲିଜ ପରେ ସୁଶାନ୍ତଙ୍କ ପାବନା ହାଉସରେ ପାର୍ଟି ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ସୋମନେ ବୋଟରେ ଆଇଲାଣ୍ଡ ଯାଇଥିଲେ। ସେଠାରେ ଡ୍ରଗ୍ସ ଓ ଆଲକହଲ ପାର୍ଟି ହୋଇଥିଲା। ଗୀତ ବଜାଇ ମଜାମସ୍ତିରେ ପାର୍ଟି କରିଥିବା କହିଛନ୍ତି ଶ୍ରଦ୍ଧା।

ପାର୍ଟିରେ ଡ୍ରଗ୍ସ ଓ ମଦ ଦିଟାଯାକ ଥିଲା ହେଲେ ସେଥିରୁ କିଛି ହେଲେ ଶ୍ରଦ୍ଧା ସେବନ କରି ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ଯଦି ସେ ଡ୍ରଗ୍ସ ନିଅନ୍ତି ନାହିଁ ତେବେ ଜୟା ଶାହଙ୍କୁ ସିବିଡି ଅଏଲ ମାଗିଥିଲେ କାହିଁକି? ଏ ବାବଦରେ ଏନସିବି ତାଙ୍କୁ ପ୍ରଶ୍ନ କରିବାରୁ ଶ୍ରଦ୍ଧା କିଛି ନ କହି ଚୁପ୍ ରହିଲେ। ଅର୍ଥାତ୍ ସିବିଡି ଅଏଲ ବାବଦରେ ମୁହଁ ଖୋଲିଲେ ନାହିଁ ଶ୍ରଦ୍ଧା।

Share

Leave a Reply

Your email address will not be published. Required fields are marked *

4 × 2 =